ଫେକ୍ ଭିଡିଓ କରି ଫସିଲା ପାକିସ୍ତାନ: ଦେଖନ୍ତୁ ଭିଡିଓରେ ଅଭିନନ୍ଦନଙ୍କ ନାଚୁ ଥିବାର ଦୃଶ୍ୟ

ପାକିସ୍ତାନର ମିଛି ଓ ବିଶ୍ୱାସଘାତକତା ସାରା ଦୁନିଆ ଜାଣିଛି । ଭିକ ମାଗି ଚଳୁଥିବା ପାକିସ୍ତାନ ସରକାର ଓ ପାକିସ୍ତାନୀ ମିଡିଆର ଘମଣ୍ଡ କିଛି କମ ନୁହେଁ । ଚୀନ  ନିକଟରେ ଆତ୍ମସମର୍ପଣ  କରିଥିବା ପାକିସ୍ତାନ ଏବେ ଏକ ଘରିଆ ହେବାକୁ ଯାଉଛି । ଆତଙ୍କବାଦକୁ  ପାଳୁଥିବା ପାକିସ୍ତାନ ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି । ଜାତିସଂଘରେ ତାଙ୍କୁ  ନିନ୍ଦା ମିଳିବା ପରେ ମୁସଲିମ ରାଷ୍ଟ୍ରଗୁଡିକର ସଂଗଠନ ଅର୍ଗାନେଇଜେସନ୍ ଅଫ୍ ଇସ୍ଲାମିକ୍ କନଫରେନ୍ସ ( ଓଆଆଇସି)ରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନାହିଁ । ମୁସଲିମ ଦେଶ ହୋଇ ମଧ୍ୟ ତାର ହୀନ କାମ ପାଇଁ ମୁସଲିମ ଦେଶ ମଧ୍ୟ ପାଖରେ ବସାଇବାକୁ ରାଜି ନୁହେଁ । ଏତେସବୁ ପରେ ମଧ୍ୟ ପାକିସ୍ତାନର ନାପାକ୍ ହରକତ ବନ୍ଦ କରୁନି । ଭାରତକୁ ବଦମାନ କରିବାକୁ ସୋସିଆଲ ମିଡିଆର ଆଶ୍ରୟ ନେଇଛି ।

ଗୋଟିଏ ପରେ ଗୋଟିଏ ଫେକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରୁଛି ପାକିସ୍ତାନ ।  ନିକଟରେ ଏକ ଭିଡିଓ ପାକିସ୍ତାନ ଅପଲୋଡ କରିଛି । ଏଥିରେ ସେ ଦେଖାଇବାକୁ ଚାହୁଛି ଯେ ଭାରତୀୟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନୀ ସେନାଙ୍କ ସହ ମସ୍ତି କରୁଛନ୍ତି । ବାସ୍ତବରେ ଏହି ଭିଡିଓଟି 1 ବର୍ଷ ତଳର । ଏଥିରେ ଗୋଟିଏ ଚନ୍ଦା ଲୋକ ଡ୍ୟାନ୍ସ କରୁଛନ୍ତି । ଏବଂ ତାଙ୍କ ମୁହଁକୁ ବ୍ଲର କରାଯାଇଛି । ।ସେ ବ୍ୟକ୍ତି ଜଣକ ଅଭିନନ୍ଦନଙ୍କ ଠାରୁ ଉଚ୍ଚତାରେ ଯଥେଷ୍ଟ କମ୍ । ନା ଅଭିନନ୍ଦନଙ୍କ ପରି ନିଶ ଦାଢି ଅଛି ନା ସେମିତି ଠାଣି । କୌଣସି ସଡକ ଛାପ ପାକିସ୍ତାନୀକୁ ଧରିଆଣି ଏପରି ହୀନ ମାନ୍ୟତା କାମ କରୁଛି ପାକିସ୍ତାନ । ଏହି ଭିଡିଓ ସୋସିଆଲ ମିଡ଼ିଆରେ ପ୍ରସାର ହେବାପରେ ପାକିସ୍ତନର ମିଛ ଦୁନିଆ ଆଗରେ ଧରା ପଡିଯାଇଛି । 

ଅନ୍ୟପକ୍ଷରେ ଭାରତକୁ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସ୍ୱଦେଶ ଫେରାଇ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଶାନ୍ତିର ବାର୍ତ୍ତା ଦେବା କଥା କହିଲେ ମଧ୍ୟ ତାଙ୍କ ଅସଲ ଚେହେରା ସୀମାରେ ଜଳଜଳ ହୋଇ ଦେଖାଦେଉଛି । ରାତି ଅଧରେ ପାକିସ୍ତାନୀ ରେଞ୍ଜର ଜମ୍ମୁ-କାଶ୍ମୀରର ପୁ୍ଛ୍ ଜିଲ୍ଲା ଏଲଓସିରେ ଗୁଳିବର୍ଷା କରିଥିଲେ । ଏହି ଭୀଷଣ ଗୁଳିବର୍ଷାରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଜୀବନ ହରାଇଲେ ଏବଂ ଦୁଇଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗତ କିଛି ଦିନ ହେଲା ପୁ୍ଛ୍ ରେ4  ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି । ଅଧିକାରୀଙ୍କ କହିବାନୁସାରେ ପାକ୍ ସେନା ମୋର୍ଟାର ଏବଂ ଭାରୀ ଗୁଳିରେ ସାଧାରଣ ନାଗରିକ ବସବାସ କରୁଥିବା ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି । ଭାରତୀୟ ସୁରକ୍ଷା ବଳୟ ଏହାର ପାଲଟା ଜବାବ୍ ଦେଉଥିଲେ ହେଁ ସାଧାରଣ ଜନତାଙ୍କ ଜୀବନ ଉପରେ ଏବେ ସଙ୍କଟ ମାଡିବସିଛି । ଭୀଷଣ ଗୁଳିବର୍ଷାରେ ଉକ୍ତ ଅଞ୍ଚଳର ଅନେକ ଘରେ ଗୁଳି ଆସି ବାଜିଛି ।

Spread the love