ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ୧୫ ହଜାର ୨୨୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ମୋଟ୍ ୨୧ ହଜାର ୪୮୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଏ-୧ ଗ୍ରେଡ୍ ରେ କେହି ପାସ୍ କରିନାହାନ୍ତି । ଏ-୨ରେ ୧୦ ଜଣ, ବି-୧ରେ ୧୯୫, ବି-୨ରେ ୯୩୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ସି ଗ୍ରେଡ୍‌ରେ ୧୯୦୨ ପିଲା ପାସ୍‌ କରିଥିବା ବେଳେ ଡି ଗ୍ରେଡ୍‌ରେ ୩୧୪୦ ଓ ଇ ଗ୍ରେଡ୍‌ରେ ୯୦୬୭ ପିଲା ପାସ୍ କରିଛନ୍ତି ।

ଅନ୍ୟପଟେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଏଥିରେ ୯ ହଜାର ୪୮୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

Spread the love