କଂଗ୍ରେସର ୪୪ ବିଧାନସଭା ୫ ଲୋକସଭା ଆସନ ପାଇଁ ଟିକେଟ ଫାଇନାଲ : ନିରଞ୍ଜନ

2019 ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ଗୁଡୁକ ମଧ୍ୟରେ ପ୍ରତିଯୋଗୀତା ବୃଦ୍ଧି  ପାଉଛି । ସମସ୍ତେ ନିଜ ନିଜର ଦଳୀୟ କାମ ସାରି ଜନତା ଓ କର୍ମୀଙ୍କୁ ଖୁସି କରାଇବାରେ ବ୍ୟସ୍ତ । କଂଗ୍ରେସ ସେଥିରୁ ବାଦ  ପଡନ୍ତା କିପରି । ସେଥଇପାଇଁ ତ ପିଇସି ବୈଠକ ବସିବା ପୂର୍ବରୁ ପିସିସି ସଭାପତିଙ୍କ ବଡ ଘୋଷଣା I ୪୪ ଜଣ ବିଧାୟକ ପ୍ରାଥୀଙ୍କ ଟିକେଟ ଫାଇନାଲ କରି ହାଇକମାଣ୍ଡଙ୍କୁ ପଠାଯାଇଛି I ଆଉ ବାକିଥିବା ଆସନ ଉପରେ ଆଲୋଚନା ହେବ ଆଗାମୀ ଦିନରେ I ଓଡ଼ିଶାର ରାଜନୈତିକ ପାଣିପାଗ ଦେଖି କଂଗ୍ରେସ ତାର ପ୍ରାଥୀ ଚୟନ କରୁଛି I ସେପଟେ ୫ଜଣ ଲୋକସଭା ପ୍ରାଥୀଙ୍କ ଟିକେଟ ଫାଇନାଲ କରିଛି ଦଳ I

୫ଜଣ ଲୋକସଭା ପ୍ରାଥୀଙ୍କ ନାଁକୁ ଚୂଡାନ୍ତ କରି ହାଇକମାଣ୍ଡଙ୍କୁ ସୁପାରିଶ କରାଯାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି I ଏହା ସହ ସିପିଆଇ , ସିପିଏମ ଓ ଜେଏମଏମଙ୍କ ସହିତ ଦଳ ମେଣ୍ଟ କରିଛି ଓ ଆଗମୀଦିନରେ ଆସନ ବୁଝାମଣା ହେବ ବୋଲି ସେ କହିଛନ୍ତି I ଆସନ୍ତା ୬ ତାରିଖ ଦିନ କଂଗ୍ରେସର ପିଇସି ବୈଠକ ବସିବ I ଏହି ବୈଠକରେ ବାକିଥିବା ଟିକେଟ କାହାକୁ ଦିଆଯିବ ତାଉପରେ ଆଲୋଚନା ହେବ I

Spread the love