ନବୀନଙ୍କ ମିଶନ, ବିରୋଧୀଙ୍କ ଟେନସନ୍…

ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳଙ୍କ ମଧ୍ୟର ଟେନସନ   ଦେଖଇବାକୁ ମିଳୁଛି । ଶାସନର ଥିବା ବିଭିନ୍ନ ଯୋଜନା ପ୍ରଣୟନ କରି ଲୋକଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧି ଏହାକ ବିଫଳତା ବଖାଣି ଜନସାଧାରଣଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି । ତେବେ ଏ ଦିଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଧ୍ୟ ଚୁପ ବସି ନାହାନ୍ତି । ଗତ 39 ଦିନରେ 25 ଜିଲ୍ଲା ଗସ୍ତ କରିସାରିଲେଣି । 72 ବର୍ଷ ବୟସରେ ଉପନୀତ ହୋଇମଧ୍ୟ ଓଡିଶାର ଜନସାଧାରଣଙ୍କ ଦୁଃଖ ବୁଝିବା ପାଇଁ ସେ 25ଟି ଜିଲ୍ଲା ଗସ୍ତକରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ  ନବୀନଙ୍କର ଏହି ତୋଫାନୀ ଗସ୍ତ ବିରୋଧୀଙ୍କ ନିଦ ହଜାଇ ଦେଇଛି।

ନବୀନଙ୍କ  ଜିଲ୍ଲା ଗସ୍ତ ଗତ ଜାନୁଆରି 24 ତାରିଖଠାରୁ ଆରମ୍ଭ ହୋଇଛି। ବଲାଙ୍ଗୀରରେ ସେ ବିଶାଳ ଯୁବ ସମାବେଶରେ ଯୋଗ ଦେଇ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ ଉଦବୋଧନ ଦେଇଥିଲେ  ଏବଂ ଏହି ପଶ୍ଚିମ ଓଡ଼ିଶା ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ପରଦିନ ଶ୍ରୀକ୍ଷେତ୍ର ପୁରୀରୁ ‘‘କାଳିଆ’’ ଯୋଜନାର ଶୁଭାରମ୍ଭ କରିଥିଲେ ନବୀନ। ତା’ ପରଠାରୁ ପ୍ରାୟ ପ୍ରତ୍ୟେକ ଦିନ ତାଙ୍କର ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ ଜାରି ରହିଛି। ସେ ରାଜ୍ୟ ସରକାରଙ୍କ ତିନୋଟି ପ୍ରମୁଖ କାର୍ଯ୍ୟକ୍ରମ -‘କାଳିଆ’,‘ବିଜୁ ଯୁବ ବାହିନୀ’ ଏବଂ ‘ମିଶନ ଶକ୍ତି’ର ମୁଖ୍ୟ ଅଂଶୀଦାରମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହାସହ ପିଠା ଯୋଜନା ମାଧ୍ୟମରେ ନବୀନ ସରକାର ଘରେଘରେ ପହଞ୍ଚି ପାରିଛନ୍ତି । ଗତ ଜାନୁଆରୀ 24 ତାରିଖଠାରୁ ମାର୍ଚ୍ଚ 2 ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ 25 ଟି ଜିଲ୍ଲା ଗସ୍ତ କରିଛନ୍ତି।

ସେଗୁଡ଼ିକ ହେଲା, କଟକ, ବଲାଙ୍ଗୀର, ପୁରୀ, ଗଞ୍ଜାମ, ସମ୍ବଲପୁର, ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ ,ନବରଙ୍ଗପୁର, ଗଜପତି, କନ୍ଧମାଳ, ବାଲେଶ୍ୱର, କେନ୍ଦ୍ରାପଡ଼ା, କଳାହାଣ୍ଡି, ବୌଦ୍ଧ, ଯାଜପୁର, ବରଗଡ, ଢ଼େଙ୍କାନାଳ, ଅନୁଗୁଳ, ନୂଆପଡ଼ା, ରାୟଗଡା, ଖୋର୍ଦ୍ଧା, ଝାରସୁଗୁଡା, ସୁନ୍ଦରଗଡ଼,ଭଦ୍ରକ। ଗତକାଲି ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରି ନବୀନ ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ମାଲକାନଗିରି ଜିଲ୍ଲା ,ପଶ୍ଚିମ ଓଡ଼ିଶାରେ ଦେବଗଡ ଓ ସୋନପୁର ଜିଲ୍ଲା ଏବଂ ଉପକୂଳ ଓଡ଼ିଶାର ଭଦ୍ରକ ଓ ନୟାଗଡ଼ ଜିଲ୍ଲା ଗସ୍ତ ବାକି ରହିଛି।

ନବୀନ ଯେଉଁ ସମାବେଶ ବା ସଭାରେ ଯୋଗ ଦେଇଛନ୍ତି ସେଠାରେ ନେତାଙ୍କ ବଦଳରେ ଜନତାଙ୍କୁ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳିଛି । ମଞ୍ଚରେ ନେତାଙ୍କ ବଦଳରେ ନବୀନଙ୍କ ସହ ମଞ୍ଚ ସେୟାର କରିଛନ୍ତି ଜନତା । ଯାହା ସାଧାରଣ ଜନତାଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି । ତେବେ ଏନେଇ ଶାସକ ବିଜୁ ଜନତା ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ,ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ପାରିଛନ୍ତି। ସେମାନଙ୍କ ସୁଖ ଦୁଃଖ ଶୁଣିବା ସହିତ ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ଯୋଜନା ମୁଖ୍ୟତଃ କାଳିଆ, ମିଶନ ଶକ୍ତି ଏବଂ ବିଜୁ ଯୁବ ବାହିନୀର କାର୍ଯ୍ୟକାରିତା ସମ୍ପର୍କରେ ସେମାନଙ୍କର ମତାମତ ସଂଗ୍ରହ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ସେମାନଙ୍କର ଉଚ୍ଛ୍ୱସିତ ସମର୍ଥନ ଜ୍ଞାପନ କରିଛନ୍ତି ବୋଲି ସସ୍ମିତ କହିଛନ୍ତି।

Spread the love