ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଅଲୋଡ଼ା ନେତା !

ଅଶୀଦଶକର ବହୁ ହେବିୱେଟ ନେତାଏବେ ରାଜନୀତିରେ ଅଲୋଡ଼ା । ନବୀନଙ୍କ ଲୋକପ୍ରିୟତା ଆଗରେ ଏହି ନେତାମାନେ ଏବେ ଫିକା ପଡିଛନ୍ତି ଓଡିଶା ରାଜନୀତିରେ । ନାଁ ସେମାନେ କୌଣସି ଦଳରେ ମିଶି ପାରୁଛନ୍ତି ନାଁ ଏକାଠି ହୋଇ ଏକ ଆଞ୍ଚଳିକ ଦଳ ଗଠନ କରୁଛନ୍ତି ।

ପରିସ୍ଥିତି ଏଭଳି ହେଲାଣି ଏହି ରାଜନେତାମାନେ ତୃତୀୟ ମହଲାକୁ ଟାର୍ଗେଟ କରି କରି ନିଜର ରଣକୌଶଳ ମଧ୍ୟ ଭୁଲିଗଲେଣି । ଯେମିତି ଜଣେ ଅଫିସରଙ୍କ ବୁଦ୍ଧି ଆଗରେ ଏହି ନେତାମାନେ ତୁଚ୍ଛ ପଡିଛନ୍ତି । ତେଣୁ ନିଜର ରାଜନୈତିକ ଗୋଟି ଚାଳନାରେ ବିଫଳ ହୋଇ ଏହି ଅଲୋଡ଼ା ନେତାମାନେ ପ୍ରତେକଦିନ ଗୋଟେ ଗୋଟେ ଭିଲିଆନ ଖୋଜିବାରେ ଲାଗିଛନ୍ତି । ପ୍ରଭାବଶାଳୀ ସାଂସଦ , ବିଧାୟକ ଓ ମନ୍ତ୍ରୀ ମାନଙ୍କୁ କଳେବେଳେ କୋୖଶଳେ ଟାର୍ଗେଟ କରୁଛନ୍ତି ।

ସାଧାରଣ ନିର୍ବାଚନ ତାରିଖ ଘୋଷଣା ଆଉ କେଇଟା ଦିନ ପରେ ହେବ ।
ତେଣୁ ଏହି ନେତାମାନେ ନିଜେ କିଭଳି ଜିତିବେ ସେ ରଣନୀତି ପ୍ରସ୍ତୁତ ନକରି ଅନ୍ୟକୁ କିଭଳି ବଦ୍ନାମ କରିହେବ ସେ ନୀତିରେ ମାତିଛନ୍ତି । ଫଳରେ ଶାସକ ଦଳର ଦବଦବା ଆହୁରି ବଢ଼ିବାରେ ଲାଗିଛି । ଓଡିଶା ରାଜନୀତିରେ ଶାସକ ଦଳକୁ ହଟାଇବା ପାଇଁ ବିରୋଧୀ ରାଜନୈତିକ ରଣକୋୖଶଳ ଓ ଲୋକଙ୍କ ପାଖକୁ ନଯାଇ କେବଳ ଶାସକ ଦଳର କେଇଟା ନେତା ଓ ଅଫିସରଙ୍କ ପଛରେ ପଡି ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ଓଡିଶା ରାଜନୀତିରେ ବ୍ଳାକାମେଲିଙ୍ଗ ନୁହେଁ ସଂଗଠନ ମୂଳକ ରାଜନୀତିର ଆବଶ୍ୟକତା ରହିଛି । ହେଲେ ଏଥିପ୍ରତି ଅଲୋଡ଼ା ନେତାଙ୍କର ନଜର ନାହିଁ ।

Spread the love