କୁଶାସନରୁ ସୁଶାସନ ଆଡ଼କୁ ବଢୁଛି ବିହାର- ମୋଦି

ପାଟନା, ୨୮/୧୦:  ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁଜାଫରପୁରରେ ଏକ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯଦି ବିହାରରେ ଆରଜେଡି ଏବଂ ଏନଡିଏ ସରକାର ଆସିବ ତେବେ ସରକାରୀ ଚାକିରୀ ତ ଦୂରର କଥା ଘରୋଇ କମ୍ପାନୀ ସବୁ ବିହାର ଛାଡି ପଳାଇବେ।

ମୋଦି କହିଛନ୍ତି ଯେ, ବିହାରରେ ପ୍ରଥମେ ରିଂ ରୋଡ ପାଇଁ ଦାବି କରାଯାଇଥିଲା। ରିଇ ରୋଡ ହେବା ପରେ ମେଟ୍ରୋ ପାଇଁ ଦାବି କରାଗଲା। ଏବେ ମେଟ୍ରୋ ପାଇଁ କାମ ଚାଲିଛି। ଯେଉଁମାନେ କେବଳ ନିଜ ନିଜ ପରିବାର ପାଇଁ ଚିନ୍ତା କରିଛନ୍ତି ସେମାନେ ବିହାରର ଲୋକମାନଙ୍କ ଉପରେ ଅନ୍ୟାୟ କରିଛନ୍ତି। ଦଳିତ, ପଛୁଆ ବର୍ଗଙ୍କ ହକ ଛଡାଇ ନେଇଛନ୍ତି। ବିହାରର ଗରିବ ଏବଂ ମଧ୍ୟମ ବର୍ଗଙ୍କ ଆକାଂକ୍ଷା କିଏ ପୂରଣ କରିବ? ପୂର୍ବରୁ ଗୋଟିଏ ସାମାନ୍ୟ ରେଲୱେ ଷ୍ଟେସନ ସ୍ଵପ୍ନ ଥିଲା। ଏବେ ଷ୍ଟେସନ ଗୁଡ଼ିକରେ ଆଧୁନିକ ସୁବିଧା ସୁଯୋଗ ଯୋଡା ଯାଇଛି। ନୂଆ-ନୂଆ ରେଲୱେ ରୁଟ୍ ନିର୍ମାଣ କରାଯାଉଛି।

ପୂର୍ବରୁ ଡାକ୍ତରଖାନାରେ ଜଣେ ଡାକ୍ତର ମିଳିବା ଦୁର୍ଲଭର ବିଷୟ ଥିଲା। ଏବେ ସୁ ସ୍ଥାନରେ ମେଡିକାଲ କଲେଜ ଏବଂ ଏମ୍ସ ଭଳି ହସ୍ପିଟାଲ ରହିଛି। ଗତ ଦେଢ ଦଶକ ମଧ୍ୟରେ ନିତିଶଙ୍କ ନେତୃତ୍ଵରେ ବିହାରରେ କୁଶାସନରୁ ସୁଶାସନରେ ପରିଣତ ହୋଇଛି। ଏନଡିଏ ସରକାରଙ୍କ ପ୍ରୟାସରେ ବିହାରରେ ଅସୁବିଧାରୁ ସୁବିଧା ଆଡ଼କୁ, ଅନ୍ଧାରରୁ ଆଲୁଅ ଆଡ଼କୁ, ଅବିଶ୍ଵାସରୁ ବିଶ୍ଵାସ ଆଡ଼କୁ ବଢୁଛି।

Spread the love