ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ସଞ୍ଜୟ ଦାସ ବର୍ମା

ତିର୍ତ୍ତୋଲ, ୨୯/୧୦:  ଆଉ ମାତ୍ର ଦିନ କେଇଟା ପରେ ତିର୍ତ୍ତୋଲ ଉପ ନିର୍ବାଚନ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଜୋରସୋରରେ ଲାଗିପଡିଛନ୍ତି ବିଜେଡିର ନେତା ଓ ମନ୍ତ୍ରୀ। ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପୂରା ଦାଇତ୍ୱ ସମ୍ଭାଳୁଛନ୍ତି। ଆଜି ରଘୁନାଥପୁର ବ୍ଲକର ଗୁଆଳିପୁର ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।

ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବୃକ୍ଷ ରୋପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଆହୁରି ଟାଣ କରିବା ପାଇଁ ବିଜୟ ଶଙ୍କର ଦାସଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏଥିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବ୍ଲକ ଅଧ୍ୟକ୍ଷା ସ୍ବପା ସରିତା ବଳ, ପଞ୍ଚାୟତ ର ପର୍ଯ୍ୟବେକ୍ଷକ ରାଜା ଚକ୍ର, ଦୁର୍ଗା ସାମନ୍ତରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love