ଭଲିବଲ ହୋମ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅନୁଗୁଳ, ବିକାଶ ଚନ୍ଦ୍ର ସାହୁ :  ଅନୁଗୁଳ  ଷ୍ଟାଡିୟମ ଠାରେ ଭଲିବଲ ହୋମ ଆୟୋଜନରେ ରାଜ୍ୟସ୍ତରୀୟ ୨୬ ତମଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଯାଇଛି।ଗତ ୧ ତାରିଖରେ ଏହି ଭଳିବଲ ଓପନ ଟୁର୍ଣ୍ଣାମେଣ୍ଟ ର ଅନୁଗୋଳ ଜିଲ୍ଲାପାଳ ଉଦ୍ ଘାଟନ କରିଥିଲେ ।

ଏହି ଭଲିବଲ ଟୁର୍ଣ୍ଣାମେଣ୍ଟ ଆଜକୁ ପ୍ରାୟ ୨୫ ବର୍ଷ ଧରି ଆୟୋଜିତ ହୋଇଆସୁଛି।ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ଆନ୍ତର୍ଜାତୀୟ ସ୍ତରର ୫ ଟି ଟିମ ଭାଗ ନେଇଥିଲେ।୫ ଟି ଟିମରୁ ଆଜି ଶେଷ ମ୍ୟାଚରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଓ CISF ମଧ୍ୟରେ ଖେଳ ହୋଇଥିଲା।CISF କୁ ହରାଇ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ୩,୦ ଗୋଲରେ  ବିଜୟ ମୁକୁଟ ପିନ୍ଧିଥିଲା।ଉଦ୍ ଜାପନୀ ସନ୍ଧ୍ୟାରେ ରାଜ୍ୟ ଭଳିବଲ ସଂଘର ସମ୍ପାଦକ ତଥା KIIT, KISS ର କ୍ରୀଡା ନିର୍ଦେଶକ ଗଗନେନ୍ଦୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।ଭଲିବଲ ହୋମର ସାଧାରଣ ସମ୍ପାଦକ ବସନ୍ତ କୁମାର ଦାସ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଅଭିନେତା ଅଶୋକ ଦାସ ମଧ୍ୟ ଉପସ୍ଥିତ ଥିଲେ।

Spread the love