ଜଙ୍ଗଲରେ ନିଆଁ, ଜୀବ ଜନ୍ତୁ ହନ୍ତସନ୍ତ

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବନ୍ୟପ୍ରାଣୀ ବନ୍ୟାଞ୍ଚଳ ଅଧୀନରେ ସୋର ବନ୍ୟପ୍ରାଣୀ ବନ୍ୟାଞ୍ଚଳ ବାଘାମ୍ପୁଡା, ଖୁଣ୍ଟା ଜଙ୍ଗଲରେ ପ୍ରତେକ ଦିନ ଏମିତି ନିଆଁ ଲାଗି ସହ ସହ ଏକର ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି, ଏମିତି ଯଦି ପ୍ରତେକ ଦିନ ନିଆଁ ଲାଗିବ ତାହେଲେ ଆଗକୁ ଜଙ୍ଗଲ ନଷ୍ଟ ହେଲେ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ମାନେ ଜଙ୍ଗଲରେ ନ ରହି ଜନବସତି ଆଡକୁ ମୁହାଇବେ।ସରକାର ଏହି ଜଙ୍ଗଲ ସୁରକ୍ଷା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଏହି ଜଙ୍ଗଲ ସୁରକ୍ଷା କେମିତି ହେଉଛି ଆଉ ଆଗକୁ କେମିତି ଏହି ଜଙ୍ଗଲ ସୁରକ୍ଷା କରାଯିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୁଇଛି ।

ଏ ନେଇ ଔପଦା ରେଞ୍ଜର ପ୍ରଦୀପ କୁମାର ଜେନା ଙ୍କୁ ଫୋନ ଯୋଗେ ଜଙ୍ଗଲରେ ନିଆଁ ଲାଗିଛି ବୋଲି କହିବାରୁ ସେ ସବୁଜ ବାହୀନରେ ଥିବା କର୍ମଚାରୀ ମାନେ ଆସି ନିଆଁ ଲିଭାଇବା ଯନ୍ତ୍ର ଆଣି ନିଆଁ କୁ ଆୟତ କରିଥିଲେ ।

Spread the love