ରାଜୁ ମିଶ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର,୦୨/୧୧: ବିଶିଷ୍ଟ ଚଳଚ୍ଚିତ୍ର ଏବଂ ସଙ୍ଗୀତ ନିର୍ଦ୍ଦେଶକ ରାଜଗୋପାଳ ମିଶ୍ର (ରାଜୁ)ଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।  ସ୍ୱର୍ଗତଃ ମିଶ୍ର ଏକାଧାରରେ ଜଣେ ଦକ୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ, ସଂଗୀତ ନିର୍ଦ୍ଦେଶକ, ସଂଳାପ ଲେଖକ ଏବଂ ଚିତ୍ରନାଟ୍ୟକାର  ଭାବେ ବେଶ ଜଣାଶୁଣା ଥିଲେ । ସେ ଓଡିଆ ଚଳଚ୍ଚିତ୍ର ସମେତ ଅନ୍ୟ ଭାଷାରେ ମଧ୍ୟ ଅନେକ ପିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ନିର୍ମିତ ଅନେକ ଚଳଚ୍ଚିତ୍ର ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛି । ସ୍ୱର୍ଗତଃ ମିଶ୍ରଙ୍କୁ ମଧ୍ୟ ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କ ବିୟୋଗ ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମୃତ୍ୟୁବେଳକୁ ସ୍ୱର୍ଗତଃ ମିଶ୍ରଙ୍କୁ ୭୨ବର୍ଷ ହୋଇଥିଲା। ସ୍ୱର୍ଗତଃ ମିଶ୍ରଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Spread the love