ଏଥର ଦୀପାବଳିରେ ହେବନି ବାଣ ବିକ୍ରି

ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଓ ଶୀତ ଋତୁର ଆଗମନକୁ ଲକ୍ଷ କରି ଆଜି ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ଥର ଦୀପାବଳିରେ ବାଣ ବିକ୍ରି ଉପରେ କଟକଣା ଲଗାଯିବା ସହିତ ବାଣ ଫୁଟାଇବାକୁ ମଧ୍ୟ ବାରଣ କରାଯାଇଛି। ନଭେମ୍ବର ୧୦ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ବି ସ୍ଥାନରେ ବାଣ ବିକ୍ରି ଓ ଫୁଟାଇବା ନେଇ ନିଷିଦ୍ଧ କରାଯାଇଛି।
ରାଜ୍ୟରେ ଶୀତ ଋତୁର ଆଗମନ ହେଉଥିବାବେଳେ ଏହି ସମୟରେ ପ୍ରଦୂଷଣର ମାତ୍ରା ମଧ୍ୟ ବଢ଼ିଥାଏ। ଏଥିସହିତ ଚଳିତ ଥର ରାଜ୍ୟରେ କରୋନା ଭୂତାଣୁ ଯୋଗୁଁ ସମସ୍ତ ପୂଜାପର୍ବ କଟକଣା ଭିତରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ନିଜେ ସୁସ୍ଥ ରହିବା ସହିତ ନିଜ ପରିବାରରେ ଥିବା ବୟସ୍କ, ଶିଶୁ ଓ ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ଏଥର ବାଣ ନ ଫୁଟାଇବାକୁ ରାଜ୍ୟ ସରକାରଙ୍କ ବୈଷୟିକ ବିଶେଷଜ୍ଞ କମିଟି ପକ୍ଷରୁ ସୁପାରିଶ କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିସନର ସୂଚନା ଦେଇଛନ୍ତି।
ତେବେ ଯଦି କୌଣସି ବ୍ୟକ୍ତି ଏହି ଆଦେଶର ଅବମାନନା କରନ୍ତି, ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Spread the love