୨୦୨୧ରେ ମଧ୍ୟ ହୋଇପାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ: ଜାଣନ୍ତୁ କଣ ରହିଛି ବିଧି

ଭକ୍ତଙ୍କ ପାଇଁ ଖୁସି ଖବର। ୨୦୨୧ରେ ମହାପ୍ରଭୁଙ୍କ ନାଗାର୍ଜୁନବେଶ ହୋଇପାରେ। ଆସନ୍ତାବର୍ଷ ପଞ୍ଚୁକ ୬ଦିନ ପଡୁଥିବାରୁ ନାଗାର୍ଜୁନ ବେଶ ହୋଇପାରେ ବୋଲି ଆଶା କରାଯାଉଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ୨୦୨୧ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶର ଦର୍ଶନ ପାଇପାରିବେ ଭକ୍ତ। ହେଲେ ଏହି ବେଶ ଆସନ୍ତାବର୍ଷ କେଉଁ ଦିନ ହେବ, ତାହା ନୂଆ ପାଞ୍ଜି ଆସିବା ପରେ ସ୍ପଷ୍ଟ ହେବ। ସେହିପରି ଚଳିତ ନଭେମ୍ବର ୨୭ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ହେଲେ କରୋନା କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଚଳିତ ବର୍ଷ ପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇବାରୁ ବଞ୍ଚିତ ହେବେ ଭକ୍ତ। ୧୯୯୩ ଏବଂ ୧୯୯୪ ମସିହାରେ ଲଗାତର ଭାବେ ଯେଉଁଭଳି ମହାପ୍ରଭୁ ଦୁଇଥର ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ, ସେହିଭଳି ଯୋଗ ଆଗକୁ ଫିଟିବାର ସମ୍ଭାବନା ରହିଛି।

Spread the love