ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଇଭିଏମ୍

ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ୭୧% ମତଦାନ ହୋଇଛି। ପାଖାପାଖି୨ଲକ୍ଷରୁ ଅଧିକ ଭୋଟର ୬ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି।
ବାଲେଶ୍ୱର ସହରର ୩୧ଟି ୱାର୍ଡ ସମେତ ସଦର ବ୍ଳକର ୨ଲକ୍ଷ ୩୦ହଜାର ୨୯୭ଜଣ ଭୋଟର ରହି ଥିବା ବେଳେ ଭୋଟ ଗ୍ରହଣ ପାଇଁ ୩୪୬ଟି ବୁଥକେନ୍ଦ୍ର କରାଯାଇଥିଲା। ତେବେ ମତଦାନ ପରେ ସମସ୍ତ ୩୪୬ଟି ବୁଥରୁ ଇଭିଏମ ଏବଂ ଭିଭିପାର୍ଟ ମେସିନକୁ ଅଣାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ବୁଧବାର ସକାଳେ ଜିଲ୍ଲାପାଳ ଏବଂ ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମକୁ ସିଲ କରାଯାଇଛି। ଷ୍ଟ୍ରଙ୍ଗରୁମ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି। ଆସନ୍ତା ୧୦ତାରିଖରେ ଭୋଟଗଣତି ହେବ।

Spread the love