ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ: କହିଲେ ବହୁତ ହୋଇଗଲା, ଏବେ ଘରେ ପଶିକି ମାରିବୁ…

40 ବର୍ଷ ହେଲା ସହିଲୁଣି । ଏବେ ସହିବାର ସୀମା ଟପିଗଲାଣି । ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ସୀମା ଲଂଘୁଛି । ଆତଙ୍କବାଦୀ ଓ ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ଦେଶକୁ ଭାରତ ଆଉ କ୍ଷମା କରିବ ନାହିଁ। ଏବେ ସମୟ ଆସିଛି ଘରେ ପଶି ମାରିବାକୁ’ । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ ସ୍ଥବ୍ଧ ହୋଇ ଯାଇଛନ୍ତି ବଡବଡ ଦେଶ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆତଙ୍କବାଦୀ ଯଦି ପାତାଳରେ ଲୁଚନ୍ତି ତଥାପି ଖୋଜିଖୋଜି ମାରିବୁ । ଗୁଜରାତର ଅହମ୍ମଦାବାଦରେ ଜନସଭା  ଉତ୍ସବ ଆୟୋଜନ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଏହା ନୂଆ ଭାରତ । ଆତଙ୍କବାଦୀଙ୍କ ସାମ୍ନାରେ କେବେ ମୁଣ୍ଡ ନୁଆଁଇବ ନାହିଁ । ଆତଙ୍କଦାବୀଙ୍କ ଘରେ  ପଶି ହିସାବ କରିବୁ । ମୋତେ ଗାଦି ର ଲୋଭ ନାହିଁ ।  ଦେଶ ଓ ଦେଶବାସୀଙ୍କ ଚିନ୍ତା ମୋତେ ସବୁବେଳେ ରହୁଛି ।

40ବର୍ଷ ହେଲା ଆତଙ୍କବାଦୀମାନେ ସୀମାରେ ଗୁଳିବର୍ଷା କରୁଛନ୍ତି ହେଲେ ଭୋଟ ବ୍ୟାଙ୍କ୍ ପାଇଁ କିଛି ସ୍ୱାର୍ଥପର ଲୋକେ ଆତଙ୍କବାଦ ବିରୋଧରେ ସ୍ୱର ଉଠାଇବାକୁ ଡରୁଛନ୍ତି । ଏବେ ଆଉ ସେମିତି ହେବନି ।  ପ୍ରଧାନମନ୍ତୀଙ୍କ ଏହି ଅଭିଭାଷଣ ରୁ  ସ୍ପଷ୍ଟ ଯେ ଆତଙ୍କବାଦୀଙ୍କ ଦିନ ସରିସରି ଆସୁଛି । କୌଣସି ପ୍ରକାରେ ତାଙ୍କୁ ଛଡାଯିବନି ।  ପ୍ରଧାନମନ୍ତ୍ରୀଙ୍କ ବାଲାକୋଟ ଆକ୍ରମଣ ଉପରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ କିଛି ନେତାଙ୍କ ପେଟରେ  ଯନ୍ତ୍ରଣା ଆରମ୍ଭ ହୋଇଯାଇଛି । ଦିୁର୍ଭାଗ୍ୟର କଥା ତାଙ୍କର ଏହି ବୟାନ ପାକିସ୍ତାନର ଖବରକାଗଜରେ ହେଡ ଲାଇନ ହୋଇଯାଇଛି ।

ଅନ୍ୟପକ୍ଷରେ ବାସୁସେନା ଏୟାର ଚିଫ୍ ବୀରେନ୍ଦ୍ର ସିଂହ କହିଛନ୍ତି ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ଆରମ୍ଭ ମାତ୍ର । ଏବେ କିଛି ହୋଇନି । ଆତଙ୍କବାଦ ବିରୋଧରେ ଅପରେସନ ଜାରି ରହିବ । ପ୍ରକାଥ ଥାଉକି, ଫେବୃଆୟୀ 14 ତାରିଖରେ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 40ରୁ ଅଧିକ ଭାରତୀୟ ଯବାନ ସହିଦ ହୋଇଥିଲେ । ତା ପରଠାରୁ ଭାରତ ଆତଙ୍କବାଦୀଙ୍କ ବିରୋଧରେ ଭାରତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  

Spread the love