ଶିଶୁ ଅପହରଣ କରି ଗିରଫ ହେଲେ କିନ୍ନର

ବ୍ରଜରାଜନଗର ଅଞ୍ଚଳର ଏକ ଶିଶୁକୁ ଅପହରଣ କରିଥିବା ଜଣେ କିନ୍ନରକୁ ରେଳବାଇ ପୁଲିସ ଗିରଫ କରିବାସହ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ବ୍ରଜରାଜନଗର ନିକଟସ୍ଥ ମଣ୍ଡଳିଆ ଅଞ୍ଚଳରେ ରହୁଥିବା ଜଣେ ମହିଳା ଘରେ ନଥିବାର ସୁଯୋଗ ନେଇ ତାଙ୍କ ଘରକୁ ନିୟମିତ ଆସୁଥିବା ଏକ କିନ୍ନର ଶିଶୁକୁ ଅପହରଣ କରି ନେଇ ଫେରାର ହୋଇ ଯାଇଥିଲା।

କିନ୍ନର ଶିଶୁପୁତ୍ରକୁ ନେଇ ଟ୍ରେନରେ ଯାତ୍ରା କରୁଥିବା ସମୟରେ ରେଳ ସୁରକ୍ଷା କର୍ମଚାରୀ ଜଣେ କିନ୍ନର କିପରି ଏକ ଶିଶୁପୁତ୍ରକୁ ନେଇ ଯାତ୍ରା କରୁଛି ତାହା ଜାଣିବାକୁ ଉଦ୍ୟମ କରଥିଲେ। ପଚରାଉଚୁରା କରିବାରୁ କିନ୍ନର ଶିଶୁପୁତ୍ରକୁ ଅପହରଣ କରିଥିବା ଜାଣିବାକୁ ପାଇଲେ। ଏହାପରେ କୋର୍ବା ରେଳବାଇ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜ୍ଜୁ କରିବାସହ ପୁଲିସ ଶିଶୁକୁ ତା ମାଆକୁ ହସ୍ତାନ୍ତର କରିଛି ।

Spread the love