୫ ଲକ୍ଷ ୫୦ ହଜାର ଦୀପର ଆଲୋକରେ ଝଲସିଲା ଅଯୋଧ୍ୟା, ଆରମ୍ଭ ହେଲା ଦୀପୋତ୍ସବ-୨୦୨୦

ଭଗବାନ ରାମଙ୍କ ନଗରୀ ଅଯୋଧ୍ୟାରେ ପାଳନ ହେଉଛି ଐତିହାସିକ ଦୀପାବଳି। ରେକର୍ଡ ସଂଖ୍ୟକ ୫ ଲକ୍ଷ ୫୦ ହଜାର ଦୀପ ପ୍ରଜ୍ଜ୍ବଳିତ କରାଯାଇ ଆରମ୍ଭ ହୋଇଛି ଅଯୋଧ୍ୟା ଦୀପତ୍ସୋବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଶ୍ରୀରାମଜନ୍ମଭୂମିରେ ପହଞ୍ଚି ରାମଲଲାଙ୍କ ଦର୍ଶନ କରିବା ସହିତ ଦୀପ ପ୍ରଜ୍ଜ୍ବଳନ କରିଛନ୍ତି । ସମ୍ପୂର୍ଣ୍ଣ ଅଯୋଧ୍ୟା ସହର ଦୀପ ଆଲୋକରେ ଝଲସି ଉଠିଛି।

ଉତ୍ତର ପ୍ରଦେଶର  ପର୍ଯ୍ୟଟନ ମନ୍ତ୍ରୀ ନୀଳକଣ୍ଠ ତିୱାରୀ କହିଛନ୍ତି, କରୋନା ସଂକ୍ରମଣ ହୋଇ ନଥିଲେ ଏହି କାର୍ଯ୍ୟକ୍ରମରେ କୋଟି ଲୋକ ସାମିଲ ହୋଇଥାଆନ୍ତେ। ଗତ ୩ବର୍ଷ ଧରି ଏହି ଦୀପାତ୍ସବ କାର୍ଯ୍ୟକ୍ରମ ହୋଇ ଆସୁଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବିଶ୍ବବିଦିତ ଦୀପାବଳି ଉତ୍ସବକୁ ଆଜି ସଂଧ୍ୟାରେ ଉଦଘାଟନ କରିଛନ୍ତି।

ଏହି ଦୀପଉତ୍ସବ ସମୟରେ ସରଜୁ ନଦୀ ଘାଟରେ ଆପଣ ଛିଡ଼ା‌ ହେଲେ ଯେପର୍ଯ୍ୟନ୍ତ ନଜର ପାଇବ ସେ ପର୍ଯ୍ୟନ୍ତ ଦୀପାଲୋକ ଥିବା ଦେଖିବାକୁ ମିଳିବ। ସଂଧ୍ୟାରେ ସରଜୁ ନଦୀ କୂଳରେ ଆଳତି କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭକ୍ତମାନେ ଭର୍ଚ୍ରୁଆଲ ଦୀପାବଳି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ସମୟରେ କୋଭିଡ ଗାଇଡଲାଇନକୁ ବି ପୂରାପୂରି ପାଳନ କରାଯିବ। ଘାଟରେ ୫ଲକ୍ଷ ୫୧ ହଜାର ଦୀପ ଜଳାଯିବା ସହିତ ଏହି ଉତ୍ସବର ପ୍ରସ୍ତୁତି କାମରେ ଫୈଜାବାଦ ବିଶ୍ବବିଦ୍ୟାଳୟ, ସାକେତ କଲେଜ ବ୍ୟତୀତ ଅନ୍ୟ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ବି ସାହାଯ୍ୟ କରିଛନ୍ତି।

Spread the love