ଦୁନିଆର ଏହି ତିନୋଟି ଦେଶ ଆତଙ୍କବାଦୀଙ୍କ ଘରେ ପଶି ମାରିବାର କ୍ଷମତା ରଖିଥାନ୍ତି

  • ଇଜ୍ରାଏଲ ଭାରତର ଘନିଷ୍ଠ ବନ୍ଧୁ । ଏହି ଦେଶ ଚାରି ପାଖରେ ଥିବା ଦେଶ ଗୁଡିକ ବହୁଥର ଆକ୍ରମଣ କରି କବଜା କରିବାକୁ ଚାହିଁଛନ୍ତି । ହେଲେ କେବେ ବି ସଫଳ ହୋଇନାହାନ୍ତି । ଆତଙ୍କବାଦୀ ମାନେ ଏହି ଦେଶର 11 ଯୁବତୀଙ୍କୁ ମାରିଦେଇଥିଲେ । ତୁରନ୍ତ ଇଜ୍ରାଏଲର ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଖୋଜିଖୋଜି ହତ୍ୟା କରିଥିଲା । ଆୟତନରେ ଛୋଟ ହେଲେ ମଧ୍ୟ ଇଜ୍ରାଏଲ ଏକ ଶକ୍ତିଶାଳୀ ଦେଶ ମଧ୍ୟରେ ଗାଣାଯାଏ । ପଡୋଶୀ ଦେଶ ମୁଁହତୋଡ ଜବାବ ଦେବାରେ ଏହି ଦେଶ କେବେ ପଛଘୁଞ୍ଚା ଦିଏନି ।  ନିଜ ଦେଶର ସ୍ୱାଧୀନତା ପାଇଁ 1947-49 ରେ ପଡୋଶୀ ଦେଶ ଇରାନ, ଜୋର୍ଡାନ, ସିରିଆ, ସାଉଦି ଆରବ, ୟମେନ ଦେଶ ସହ ଏକା ଲଢି ଶତ୍ରୁ ଦେଶକୁ ପରାଜୟ କରିଥିଲା । 1956 ଓ 1967 ରେ ମଧ୍ୟ ପଡୋଶୀ ଦେଶମାନେ ଇଜ୍ରାଏଲ ଉପରେ ଆକ୍ରମଣ କରି ବିଫଳ ହୋଇଥିଲେ ।

  • ଆମେରିକା ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ ମାନଙ୍କ ମଧ୍ୟରୁ ଏକ । କୁଖ୍ୟାତ ଆତଙ୍କବାଦୀ ଉସାମାବିନ ଲାଦେନ ଆମେରିକାରେ ଟ୍ରେଡ ହାଉସରେ ଆକ୍ରମଣ କରିଥିଲା । ଏଥିରେ ବହୁଲୋକଙ୍କ ପ୍ରାଣହାନୀ ହୋଇଥିଲା । ଯବାବରେ ପାକିସ୍ତାନରେ ଲୁଚିଥିବା ଲଦେନକୁ ପାକିସ୍ତାନରେ ପଶି ଆମେରିକା ସୈନ୍ୟ ଗୁଳିକରିଥିଲା । 2001 ସେପ୍ଟେମ୍ବର 11ରେ ଲାଡେନ ଓ୍ବାଲ୍ଡ ଟ୍ରେଡ ହାଉସ ଉପରେ ଆକ୍ରମଣ କରିଥିଲା । ଏଥିରେ 2996 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 6000ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହା ଥିଲା ବିଶ୍ୱର ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ । ମୃତକଙ୍କ ମଧ୍ୟରେ 19 ଜଣ ଆକ୍ରମଣକାରୀଙ୍କ ମଧ୍ୟ ମୃତ୍ୟୁ  ହୋଇଥିଲା । ଏହି ଆକ୍ରମଣ ଫଳରେ ଆମେରିକାର 10 ବିଲିୟନର କ୍ଷତି ହୋଇଥିଲା ।

  • ଏହି ଦେଶ ତାଲିକାରେ ଭାରତ ଏବେ ସାମିଲ ହୋଇଛି । ଉରି ଆକ୍ରମଣ ପରେ ଭାରତ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଏବେ ପୁଲଓ୍ୱାମା ଆକ୍ରମଣ ପରେ ଆକଙ୍କସଂଗଠନ  ଉପରେ ଏୟାର ଷ୍ଟ୍ରାଇକ୍ କରି 200ରୁ 300 ଆତଙ୍କବାଦୀଙ୍କୁ ମାରିଛି ଭାରତ । ଭାରତ ସ୍ୱାଧୀନତା ହେବାପର ଠାରୁ ପଡୋଶୀ ଦେଶ  ଭାରତ ଉପରେ ଆକ୍ରମଣ କରିଚଲିଛନ୍ତି । ହେଲେ କୌଣସି ଦେଶ ତାଙ୍କ ଭାରତ ଉପରେ କବଜା କରିପରିନାହାନ୍ତି । 1965, 1962 1971 ଓ 1999ରେ ଭାରତ ସହ ପଡୋଶୀ ଦେଶ ଆକ୍ରମଣ କରିଥିଲା । ପାକିସ୍ତାନ ତିନିଥର ଆକ୍ରମଣ କରି ବିଫଳ ହୋଇଛି । ମିଆଁମାରରେ ଆତଙ୍କବାଦୀ ଭାରତୀୟ 18ଜଣ ଯବାନଙ୍କୁ ହତ୍ୟା କରିଥିଲେ । ଏହାର ଯବାବରେ ଭାରତ ମିଆଁମାର ଦେଶରେ ପଶି 150ରୁ ଅଧିକ ଆକଙ୍କବାଦୀଙ୍କୁ ସଫା କରିଥିଲା ।
Spread the love