ଠାବ ହେଲା ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ତିଆରି କାରଖାନା, ୨ ଗିରଫ

କଟକ:କଟକରୁ ପୁଣି ଜବତ ହେଲା ନକଲି ସାମଗ୍ରୀ। ଜଗତପୁରର ଏକ କାରଖାନାରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଏବଂ ଲଙ୍କା ଗୁଣ୍ଡ ଜବତ କରିଛି ପୁଲିସ।

ପାଖାପାଖି ୫୦ କୁଇଣ୍ଟାଲରୁ ଅଧିକ ଭେଜାଲ ସାମଗ୍ରୀ ଜବତ ହୋଇଛି।ଏଥି ସହିତ ନାମିଦାମୀ ଷ୍ଟିକର ସହ ବିପୁଳ କଞ୍ଚାମାଲ ଓ ମେସିନ୍ ଜବତ କରାଯାଇଛି।

ଜଗନ୍ନାଥ ଇଣ୍ଡଷ୍ଟ୍ରି ମନ୍ଦିର ନାଁରେ ବଜାରରେ ନକଲି ସାମଗ୍ରୀ ବିକ୍ରି ହେଉଥିଲା। ବିନା ଲାଇସେନ୍ସରେ କାରଖାନା ଚାଲିଥିବାବେଳେ ଚାଲିଥିଲା ତେବେ ବାପି ପୃଷ୍ଟି ନାମକ ଜଣେ ବ୍ୟକ୍ତି କାରଖାନାକୁ ଚଳାଉଥିଲେ। ଏହି ଘଟଣାରେ ୨ଜଣଙ୍କୁ ପୋଲିସ ଅଟକ ରଖିଛି।

Spread the love