ବାପା ମୁଁ ତମ ପାଖକୁ ଆସୁଛି…

ବଲାଙ୍ଗୀର: ବାପାଙ୍କର ମୃତ୍ୟୁକୁ ସହି ପାରିଲାନି ଝିଅ । ବାପାଙ୍କ ପଛେ ପଛେ ଆରପାରିକୁ ଚାଲିଗଲା । ପ୍ରଥେମ ବାପାଙ୍କୁ ଥଣ୍ଡା କାଶ ହେଉଥିଲା । ପରୀକ୍ଷା କରିବାରୁ କୋରନା ପଜିଟିଭ୍ ବାହାରିଲା । ଏହାପେର ଚିକିତ୍ସାଧୀନ ଅବସ୍ଥୋର ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଜୟନାରାୟଣ ଶତପଥୀଙ୍କ ଅକାଳ ବିୟୋଗ ହେଲା । ପରେ ଝିଅ ଋତୁପର୍ଣ୍ଣା ବାପାଙ୍କୁ ଝୁରିଝୁରି ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବଛିନେଲା । ପଢ଼ା ଘରେ ଦୌଡି ଲଗାଇ ଆତ୍ମହତ୍ୟା କରିଦେଲା ଝିଅ ।

ସୂଚନାଯୋଗ୍ୟ, ଗତ ୧୧ ତାରିଖେର ଋତୁପର୍ଣ୍ଣା ନିଜ ରୁମରେ ପଢୁଥିଲେ । ପଢ଼ା ସମୟେର ବାପାଙ୍କ କଥା ମେନ ପଡିଲା । ତେଣୁ ଆରପାରେିର ବାପାଙ୍କୁ ଭେଟେିବ ବୋଲି ନିଷ୍ପତ୍ତି ନେଇଥେଲେ ।  ବେକେର ଦୌଡି ଲଗାଇ ଆତ୍ମହତ୍ୟା କଲେ । ଦୀର୍ଘ ସମୟ ଧରି ଋତୁପର୍ଣ୍ଣା କବାଟ ନେଖାଲିବାରୁ ବଡ଼ବାପା ଝିଅ ଝିଅ କହି ଡାକିଥିଲେ । ଏହାପେର ପରିବାର ଲୋକେ କବାଟ ଭାଙ୍ଗି ଦେଖିଲା ବେଳ କୁ ଋତୁପର୍ଣ୍ଣ ଏ ଦୁନିଆେଁର ନଥିଲା। ଜୟନାରାୟଣ ବଲାଙ୍ଗିର ଗୋଳାବାରୁଦ କାରଖାନୋର କାର୍ଯ୍ୟ କରୁଥେଲେ । ତାଙ୍କ ଗୋଟିଏ ଛଅ ବଷର୍ର ପୁଅ ଓ ୧୮ ବଷର୍ର ଝିଅ । ଝିଅ ଯୁକ୍ତ ଦୁଇ ପାଠ ସାରିବା ପେର ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରୁଥିଲା । ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Spread the love