ଆରମ୍ଭ ହେଲା ରାଜ୍ୟର ପ୍ରଥମ ବୋଟ୍ ଆମ୍ବୁଲାନ୍ସ

ଦୁର୍ଗମ ଅଂଚଳରେ ଆମ୍ବୁଲାନ୍ସ ନଥିବାରୁ ଅନେକ ସମୟରେ ଲୋକଙ୍କ ଜୀବନ ଚାଲିଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ବୋଟ୍ ଆମ୍ବୁଲାନ୍ସ ସେବା । କେନ୍ଦ୍ରାପଡାର ମହାକଳାପଡା ବତୀଘରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଆମ୍ବୁଲାନ୍ସ ନଦୀରେ ଚାଲିବ । ଏହି ଆମ୍ବୁଲାନ୍ସରେ ଅକ୍ସିଜେନ, ସାଲାଇନ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିବ । ଆଉ ରୋଗୀକୁ ପ୍ରାଥମିକ ସେବା ଯୋଗାଇଦିଆଯିବ । ଆମ୍ବୁଲାନ୍ସରେ ଜଣେ ଫାର୍ମାସିଷ୍ଟ, ଜଣେ ଆଟେଣ୍ଡାଂଟ ଓ ଦୁଇଜଣ କର୍ମଚାରୀ ରହିବେ । ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ସ୍ଥାନୀୟ ଅଂଚଳରେ ପ୍ରାୟ 20 ହଜାର ଲୋକ ଉପକୃତ ହୋଇପାରିବେ । ନୂଆବର୍ଷରେ ଏହି ଅଂଚଳରେ ଡଙ୍ଗାବୁଡି 11ଜଣ ପ୍ରାଣ ହରାଇଥିଲେ । ଠିକ ସମୟରେ ଆମ୍ବୁଲାନ୍ସ ପଂହଚିବା ବି ସମ୍ଭବ ହୋଇପାରିନଥିଲା ।

Spread the love