ହାଜତ ମୃତ୍ୟୁ ଓଡିଶା ପୋଲିସର ଅମାନବୀୟତା ଓ ବର୍ବରତାରଅସଲ ମୁଖା ଖୋଲିଛି: ବିଜେପି

ଗତ କାଲି ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍  ସ୍ୱର୍ଗଦ୍ୱାରଠାରେ ଶବ ଦାହ କରିଦେବା ଅତ୍ୟନ୍ତ ଅମାନବୀୟ । ଏପରିକି ପୋଲିସ୍ ତାଙ୍କ ଘର ଲୋକଙ୍କୁ ଉଠାଇ ନେଇ କେଉଁଠି କେଉଁ ଦୋଷରେ କେଉଁ ଥାନାରେ ରଖିଛି କେହି ଜାଣିନାହାଁନ୍ତି । ଘର ଲୋକଙ୍କୁ ଶବ ଦେଖିବା ପାଇଁ ଦିଆଗଲା ନାହିଁ । ପୋଲିସ  ଏଭଳି ଅମାନବୀୟ ଓ ନିନ୍ଦନୀୟ କାର୍ଯ୍ୟ ବିରୁଦ୍ଧରେ ଦିଲ୍ଲୀଠାରେ ରାଷ୍ଟ୍ରୀୟ ପ୍ରବକ୍ତା ଡା,.ସମ୍ବିତ ପାତ୍ର ଜାତୀୟ ମାନବାଧିକାର କମିଶନଙ୍କୁ ଏବଂ ଭୂବନେଶ୍ୱରଠାରେ ବିଧାୟକମାନେ ରାଜ୍ୟ ମାନବାଧିକାର କମିଶନକୁ ଭେଟି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଛନ୍ତି ।ହାଜତ ମୃତ୍ୟୁ ଓଡିଶା ପୋଲିସର ଅମାନବୀୟତା ଓବର୍ବରତାର ଅସଲ ମୁଖା ଖୋଲି ଦେଇଛି । ଜାତୀୟ ମାନବାଧିକାର କମିଶନଙ୍କୁ ଭେଟି ହାଜତ ମୃତ୍ୟୁ ଘଟଣା ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛୁ । କମିଶନ ଆମର ପୁରା ବିଷୟକୁ ଶୁଣିବା
ପରେ ଦୁଃଖ ପ୍ରକାଶ କରିବା ସହ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବାର ଡା.ପାତ୍ର ସୁଚନା ଦେଇ
କହିଛନ୍ତି । ସେହିପରି ବିଧାୟକ ଜୟନ୍ତ ଷଡଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଡା.ମୁକେଶ ମହାଲିଙ୍ଗ ଏବଂ ଆଜି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଏକ ନିରପେକ୍ଷ କମିଟି ଜରିଆରେ ଏହି ଅମାନବୀୟ ଘଟଣାର ନିରପେକ୍ଷ ତଦନ୍ତ କରାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛନ୍ତି

Spread the love