ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋଭିଡ୍‌-୧୯ ହେଉଛି ବିଶ୍ୱ ପାଇଁ ସବୁଠୁ ବଡ଼ ପରିବର୍ତ୍ତନର ସମୟ: ପ୍ରଧାନମନ୍ତ୍ରୀ

କରୋନାଭାଇରସ୍‌ ସଂକ୍ରମଣ କାରଣରୁ ଏ ବର୍ଷ ରାଷ୍ଟ୍ରମୁଖ୍ୟମାନେ ଏକତ୍ର ହୋଇ ନ ପାରିବରୁ ଭର୍ଚ୍ୟୁଆଲ୍‌ ପଦ୍ଧତିରେ ଆୟୋଜିତ ‘ଗ୍ରୁପ୍‌ ଅଫ୍‌ ଜି୨୦ ମସିଟ୍‌’କୁ ସାଉଦି ଆରବ ରାଜା ସଲମାନ୍‌ ଉଦ୍‌ଘାଟନ କରିଥିଲେ।

ଏଥରର ଶିଖର ସମ୍ମିଳନୀ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଲେଖିଛନ୍ତି, ଜି୨୦ ନେତାମାନଙ୍କ ସହ ଖୁବ୍‌ ଫଳପ୍ରଦ ଆଲୋଚନା ହେଲା। ବିଶ୍ୱର ସର୍ବବୃତ୍‌ ଅର୍ଥନୀତିଗୁଡ଼ିକର ସମ୍ମିଳିତ ଉଦ୍ୟମଦ୍ୱାରା ଏହି ମହାମାରୀରୁ ଅପେକ୍ଷାକୃତ ଶୀଘ୍ର ନିସ୍ତାର ମିଳିବ। ଭର୍ଚ୍ୟୁଆଲ୍‌ ଶିଖର ବୈଠକ ଆୟୋଜନ କରିଥିବାରୁ ସାଉଦି ଆରବର ରାଜାଙ୍କୁ ଧନ୍ୟବାଦ।

୨୦୨୨ରେ ଭାରତ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ବୋଲି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି।

Spread the love