ଅଙ୍ଗନବାଡି କେନ୍ଦ୍ରରେ ଶୀତ ବସ୍ତ୍ର ବଣ୍ଟନ

ନୟାପଲ୍ଲୀ ୱାର୍ଡ ନଂ ୩୯ ରେ ନୁଆସାହି ଅଧିନରେ ଥିଵା ଉତ୍କଳମଣି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଅଙ୍ଗନବାଡି କେନ୍ଦ୍ର ରେ ପଢ଼ୁଥିବା ସମସ୍ତ କୁନି କୁନି ପିଲାମାନଙ୍କୁ ଶୀତ ବସ୍ତ୍ର, ମୋଜା,ଜୋତା,ବିସ୍କୁଟ,କେକ, ଚକୋଲାଟେ ରାଜ୍ୟ ସରକାର ଙ୍କ ତରଫରୁ ପ୍ରଦାନ କରାଯାଇଛି।  ମୁଖ୍ୟ ଅତିଥି ଅନନ୍ତ ନାରାୟଣ ଜେନା (ବୁନୁ ଭାଇ), ରମାନାଥ ସାମନ୍ତରାୟ(ପୂର୍ବତନ କର୍ପୋରେଟର)ସାଗର ବଳବନ୍ତରାୟ (ରାଜ୍ୟ ସମ୍ପାଦକ bjd ) ମନୋରଞ୍ଜନ ନାୟକ (ୱାର୍ଡ ସଭାପତି ), ଗୀତାଞ୍ଜଳି ଦାସ (ସଭାପତି ସାଇ ଜ୍ୟୋତି ମହାସଂଘ), ଦିଗମ୍ବର ମଲ୍ଲିକ, ବବିତା ମହାପାତ୍ର (ଅଙ୍ଗନବାଡି ଦିଦି),ଜ୍ୟୋସ୍ନାରାଣୀ ସାହୁ (ସହଯୋଗୀ) , ସସ୍ମିତା ମଲ୍ଲିକ (ଅଙ୍ଗନବାଡି ଦିଦି), ସୁଷମା ବେହେରା (ସହଯୋଗୀ )ଙ୍କ ଦ୍ୱାରା ପ୍ରଦାନ କରାଗଲା l ନୁଆସାହି ଆଖଣ୍ଡଳମଣି ପୂଜା କମିଟି ଓ ମୋୖରିୟା ଗ୍ରୁପ ସଦସ୍ୟ ମାନେ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ |

Spread the love