ବିଜେପି କାର୍ଯ୍ୟାଳୟରେ ନିର୍ବାଚନ ମଣ୍ଡଳୀ ସଙ୍ଗଠନକୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୪/୧୧: ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀ ସଙ୍ଗଠନ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ନବନିଯୁକ୍ତ ମଣ୍ଡଳ ସଭାପତି ଙ୍କୁ ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା ଓ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁସିଂ ଙ୍କ ଉପସ୍ଥିତି ରେ ମଧ୍ୟ ବିଜେପି କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି।ଶ୍ରୀରାମମଣ୍ଡଳ ସଭାପତି ଶଶୀପ୍ରଭା ରଥ, ବୁଧେଶ୍ୱରୀ ମଣ୍ଡଳ ସଭାପତି ସନ୍ତୋଷ କୁମାର ଜେନା, ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ, ନୟାପଲ୍ଲୀ ମଣ୍ଡଳ ସଭାପତି ଜଗନ୍ନାଥ ବେହେରା ଙ୍କ ନେତୃତ୍ୱରେ ଦଳ ତୃଣମୂଳ ସ୍ତରରେ ସୁଦୃଢ଼ ହେବ ବୋଲି ବିଜେପି ନେତା ଜଗନ୍ନାଥ ପ୍ରଧାନ ଉଦ୍ବୋଧନ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ବିଭାସ ସେନଗୁପ୍ତ, ରଶ୍ମିରଞ୍ଜନ ମହାପାତ୍ର, ସୁରେଶ ଚନ୍ଦ୍ର ଜେନା, ଆଶିଷ ମହାପାତ୍ର, ନିବାସ ଜେନା, ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love