ଶାରଳା ପୁରସ୍କାର ପାଇଁ ତାଲିକାଭୁକ୍ତ ହେଲା 7 ପୁସ୍ତକ

ଇଣ୍ଡିଆନ୍ ମେଟାଲ୍‌ସ ଆଣ୍ଡ ପବ୍ଲିକ ଚାରି‌ଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଶାରଳା ପୁରସ୍କାର ଉପଦେଷ୍ଟା ମଣ୍ଡଳୀର ଏକ ସ୍ବତନ୍ତ୍ର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ 2019 ମସିହା ଶାରଳା ପୁରସ୍କାର ପ୍ରଦାନ ପାଇଁ ଚୟନ ଉପ ସମିତି ଓ ଶାରଳା ପୁରସ୍କାର ଉପଦେଷ୍ଟା ମଣ୍ଡଳୀର ସମ୍ମତିକ୍ରମ‌େ 7ଟି ପୁସ୍ତକକୁ ତାଲିକାଭୁକ୍ତ କରାଯାଇଛି। ପୁସ୍ତକଗୁଡ଼ିକ ହେଲା, ଡ. ସୌଭାଗ୍ୟ କୁମାର ମିଶ୍ରଙ୍କ ‘ଉତ୍ତାନ ପାଦ’(କବିତା), ଡ. ମମତା ଦାସଙ୍କ‘ମାୟାନ୍ଧକାର’(କବିତା), ଡ. ଆଶୁତୋଷ ପରିଡ଼ାଙ୍କ ‘ଆକ୍ରାନ୍ତ ଅକ୍ଷର’( କବିତା), ଡ. ଅର୍ଚ୍ଚନା ନାୟକଙ୍କ ‘ନକ୍ଷତ୍ରର ଭାଷା’(ଗଳ୍ପ ସଙ୍କଳନ), ପାରମିତା ଶତପଥିଙ୍କ ‘ଅଭିପ୍ରେତ କାଳ’ (ଉପନ୍ୟାସ), ପ୍ରଦୀପ ଦାଶଙ୍କ ‘ଚରୁ ଚିବର ଓ ଚର୍ଯ୍ୟା’( ଉପନ୍ୟାସ) ଓ ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ‘ଉର୍ମିଳା’(ନାଟକ)।

Spread the love