ନିଭାର’ ଲାଗି ୭ଟି ଟ୍ରେନ୍ ବାତିଲ କଲା ଦକ୍ଷିଣ ରେଳ, ଇଣ୍ଡିଗୋର ୪୯ଟି ଉଡାଣ ବାତିଲ୍

ସାମୁଦ୍ରିକ ଝଡ଼ ‘ନିଭାର’  ପାଇଁ ଦକ୍ଷିଣ ରେଳବାଇ ବୁଧବାର ନଭେମ୍ବର ୨୬ରେ ଗଡ଼ିବାକୁ ଥିବା ୭ଟି  ଟ୍ରେନର ଚଳାଚଳକୁ ବାତିଲ୍‌ କରିଛି। ରେଳବାଇ ପକ୍ଷରୁ କୁହାଯାଇଛି ଯେ ୬ ଯୋଡ଼ି ଟ୍ରେନ୍ ସହ ଗୁରୁବାର ଗଡ଼ିବାକୁ ଥିବା ଅଧିକ ଗୋଟିଏ ରେଳ ଚଳାଚଳକୁ ମଧ୍ୟ ବାତିଲ୍‌ କରାଯାଇଛି।

ପୂର୍ବରୁ ଦକ୍ଷିଣ ରେଳବାଇ ଆଜି(ବୁଧବାର) ପାଇଁ ଗଡ଼ିବାକୁ ଥିବା ଦୁଇଟି, ଆସନ୍ତାକାଲି ପାଇଁ ୩ଟି ଓ ନଭେମ୍ବର ୨୮ ତାରିଖ ପାଇଁ ଗୋଟିଏ ଟ୍ରେନର ଚଳାଚଳକୁ ବାତିଲ୍‌ କରିସାରିଛି।ଦକ୍ଷିଣାଞ୍ଚଳକୁ କିମ୍ବା ଦକ୍ଷିଣାଞ୍ଚଳରୁ ଉଡ଼ାଣ କରିବାକୁ ଥିବା ମୁଖ୍ୟତଃ ଇଣ୍ଡିଗୋ ବିମାନ ସେବାରେ ମଧ୍ୟ ବ୍ୟାଘାତ ଘଟିଛି। ବୁଧବାର ଉଡ଼ାଣ କରିବାକୁ ଥିବା ସମୁଦାୟ ୪୯ଟି ବିମାନର ଉଡ଼ାଣ ବାତିଲ୍‌ ହୋଇଛି।

ବିମାନ ଉଡ଼ାଣ ବାତିଲ୍‌ ନେଇ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ବାତିଲ୍‌ ପାଇଁ ଯାତ୍ରୀଙ୍କୁ କୌଣସି ବାତିଲ୍‌ ଫି ଦେବାକୁ ପଡ଼ିବ ନାହିଁ। ସେମାନେ ଚାହିଁଲେ ପରବର୍ତ୍ତୀ ବିମାନରେ ଯାତ୍ରା କରିପାରିବେ କିମ୍ବା ସେମାନଙ୍କୁ ସଂପୂର୍ଣ୍ଣ ପରିମାଣର ଅର୍ଥ ଫେରସ୍ତ ମିଳିବ।

ଉଲ୍ଲେଖଯୋଗ୍ୟ,ସାମୁଦ୍ରିକ ଝଡ଼ ‘ନିଭାର’ ଧୀରେ ଧୀରେ ଭୀଷଣ ଓ ଭୟଙ୍କର ରୂପ ଧାରଣ କରିବା ସହ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆଜି (ନଭେମ୍ବର ୨୫, ଗୁରୁବାର) ବିଳମ୍ବିତ ସନ୍ଧ୍ୟାରୁ ମଧ୍ୟରାତ୍ର ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। କରାଇକାଲ ଏବଂ ମମଲାଲାପୁରମ୍‌ ମଧ୍ୟରେ ସାମୁଦ୍ରିକ ଝଡ଼ ନିଭାସାମୁଦ୍ରିକ ଝଡ଼ ‘ନିଭାର’ ଧୀରେ ଧୀରେ ଭୀଷଣ ଓ ଭୟଙ୍କର ରୂପ ଧାରଣ କରିବା ସହ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆଜି (ନଭେମ୍ବର ୨୫, ଗୁରୁବାର) ବିଳମ୍ବିତ ସନ୍ଧ୍ୟାରୁ ମଧ୍ୟରାତ୍ର ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ। କରାଇକାଲ ଏବଂ ମମଲାଲାପୁରମ୍‌ ମଧ୍ୟରେ ସାମୁଦ୍ରିକ ଝଡ଼ ନିଭାର୍‌ ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।

Spread the love