ଆମାଜନରେ ନିର୍ମାଲ୍ୟ ବିକ୍ରି କୁ ନେଇ ଥାନାରେ ଏତଲା

ଭୁବନେଶ୍ୱର, ମହାପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟକୁ ନେଇ ଥାନାରେ ଏତଲା ଦିଆଯାଇଛି। ଅନଲାଇନ ସାଇଟ ଆମାଜନରେ ନିର୍ମାଲ୍ୟ ମିଳୁଥିବା ଅଭିଯୋଗକୁ ନେଇ ବିବାଦ ତେଜିବାରେ ଲାଗିଛି। ବିଶ୍ୱର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ଅନଲାଇନ୍ ରେ ନିର୍ମାଲ୍ୟ ବିକ୍ରି କରୁଛି । କିନ୍ତୁ ଏପରି ବିକ୍ରି ପ୍ରକ୍ରିୟାରେ କୈବଲ୍ୟ ଏବଂ ମହାପ୍ରଭୁଙ୍କ ମହାତ୍ମ୍ୟ ପ୍ରତି ଆଞ୍ଚ୍ ଆସୁଛି ବୋଲି ସେବାୟତଙ୍କ ପକ୍ଷରୁ ଅଭିଯୋଗ ହୋଇଛି। କେଉଁ ଆଧାରା ଅନୁମତିରେ ଆମାଜନ ଇଣ୍ଡିଆ ଅନଲାଇନରେ କୈବଲ୍ୟ ବିକ୍ରି କରୁଛି ବୋଲି ପ୍ରଶ୍ନ ସହ କାର୍ଯ୍ୟାନୁଷ୍ଠାନ ଅନୁରୋଧ କରି ସେବାୟତଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଣ୍ଟିଆ ଏହି ଘଟଣାକୁ ନେଇ ଆମାଜନ ଇଣ୍ଡିଆ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ।

Spread the love