ପରୀକୁ ନ୍ୟାୟ ଏବଂ ଅସାମ୍ବିଧାନିକ ଭାବେ ବିଧାନସଭା ମୁଲତବି କରିବା ପ୍ରସଙ୍ଗରେ ମାନ୍ୟବର ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ : ପ୍ରଦୀପ୍ତ

ଭୂବନେଶ୍ୱର, ତା.୦୧/୧୨: ଓଡିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ଧାରା ୧୧ ଅନୁଯାୟୀ“ଭାରତ ସମ୍ବିଧାନର ଅନୁଚ୍ଛେଦ ୧୭୪ ପ୍ରତି ସାପେକ୍ଷ ହୋଇ ପ୍ରତି ପଂଜିକା ବର୍ଷ (କ୍ୟାଲେଣ୍ଡର ଇୟର) ବିଧାନସଭାର ୩ଟି ଅଧିବେସନ ଯଥା, ବଜେଟ୍‌, ମୈାସୁମୀ ଓ ଶୀତକାଳୀନ ଅଧରବେସନରେ ସର୍ବନିମ୍ନ ୬୦ ଗୋଟି ବୈଠକ ଦିବସ ଅନୁଷ୍ଠିତ ହେବା ନିହାତି ଆବଶ୍ୟକ । ମାତ୍ର ଚଳିତ ବର୍ଷ ରାଜ୍ୟ ସରକାର ବିଧାନସଭାରେ ବଜେଟ ଅଧିବେସନ ୧୩ ଦିନ ପାଇଁ, ମୈାସୁମୀ ଅଧିବେସନ ୭ ଦିନ ପାଇଁ ଏବଂ ଶୀତ ଅଧିବେସନ ମାତ୍ର ୧୦ ଦିନ ପାଇଁ ଅନୁଷ୍ଠିତ କରାଇ ଯଥେଷ୍ଟ ସମୟ ପୂର୍ବରୁ ଅସାମ୍ବିଧାନିକ ଭାବେ ଗୃହ କାର୍ଯ୍ୟକୁ ମୁଲତବି କରି ଦେଇଛନ୍ତି । ଏହି କାରଣରୁ ବେକାରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା, ନରେଗା ଯୋଜନା ଅନିୟମିତତା, କୋଭିଡ-୧୯ କୁପରିଚାଳନା ଓ ଦୁର୍ନୀତି, ସମବାୟ ଦୁର୍ନୀତି ଭଳି ଓଡିଶାବାସୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗୃହରେ ଆଲୋଚନା କରାଯାଇ ପାରିଲା ନାହିଁ । ଶାସକ ବିଜୁ ଜନତା ଦଳ ଉପରୋକ୍ତ ସମସ୍ୟାରୁ ନିଜକୁ ଦୁରେଇ ରଖିବା ପାଇଁ ଏବଂ ନିଜଭାବମୁର୍ତି ରକ୍ଷା ବିଧାନସଭା ଗୃହକାର୍ଯ୍ୟକୁ ଜାଣିଶୁଣି ମୁଲତବି କରି ପଳାୟନପନ୍ଥୀ ସାଜୁଛନ୍ତି । ବିଧାନସଭା ଅଧିବେସନ ହଠାତ୍ ମୁଲତବିହେବାର ଘଟଣା ବାରମ୍ବାର ହେଉଛି । ଭାରତୀୟ ସମ୍ବିଧାନକୁ ରାଜ୍ୟ ସରକାର ଆଦୈା ସମ୍ମାନ ଦେଉନାହାନ୍ତି ଏବଂ ବିଧାସଭାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମୁଲତବି କରାଯାଉଥିବାର ଅଭିଯୋଗ ରାଜ୍ୟପାଳଙ୍କ ନିକଟରେ କରାଯାଇଅଛି ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ କହିଛନ୍ତି ।

ସେହିପରି ଗତକାଲି ପରୀ ହତ୍ୟାକାଣ୍ଡର ଗ୍ରାଉଣ୍ଡ ଜିରୋକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛୁ । ନୟାଗଡ ଜିଲ୍ଲା ଯଦୁପୁର
ଗାଁର ୫ ବର୍ଷୀୟ ଝିଅ ପରୀର ଅପହରଣ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଆଉ ଏହି ଘଟଣାରେ ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ବିଭାଗର କ୍ୟାବିନେଟ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ନେଇ ପରୀଙ୍କ ବାପା ଅଶୋକ ସାହୁ ଓ ମା ସୈାଦାମିନୀ ସାହୁ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଏପରିକି ନୟାଗଡ ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକରଙ୍କ ପାଇଁ ପୋଲିସ ଘଟଣାକୁ ଦିଗହରା କରିଛି । ସ୍ଥାନୀୟ ଥାନାର ତଦନ୍ତ ଅଧିକାରୀ ଓ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ଗ୍ରହଣ କରିନାହାନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ଚଳିର ବିଧାନସଭା ଅଧିବେଶନରେ ଘଟଣାର ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରାଯାଇଥିଲେ ହେଁ ସରକାର ଗୃହରେ ନୀରବ ରହିବା କେବଳ ବିବୃତି ଦେଇ କାର୍ଯ୍ୟ ସାରି ଦେବା ଘଟଣାକୁ ଜଟିଳ କରିଦେଉଛି ବୋଲି ଶ୍ରୀ ନାଏକ କହିଛନ୍ତି ।ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବାର ଅଡିଓ ବିଭିନ୍ନ ଗଣମାଧ୍ୟମରେ ଖୁଲାସା ହୋଇଛି । ସ୍ଥାନୀୟ ସରପଂଚଙ୍କ
ସହ ମନ୍ତ୍ରୀ ଶ୍ରୀ ସାହୁ ହୋଇଥିବା କଥାବାର୍ତାରେ ସିଧାସଳଖ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକଙ୍କ ଯେ, ତାଙ୍କର ସଂପର୍କୀୟ ତାହା ପ୍ରମାଣିତ ହୋଇଛି । ମନ୍ତ୍ରୀ ଅରୁଣ ସାହୁଙ୍କ ଏହି ଅଡିଓ ଭାରାଲ ହୋଇଥିଲେ ମଧ୍ୟ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଙ୍କୁ ଏଯାଏଁ ତଦନ୍ତ ପରିସରଭୁକ୍ତ କରାନଯିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାଏକ କହିଛନ୍ତି

Spread the love