ଆମେରିକାରେ ଛେଳି ମେୟର

 ଯୁକ୍ତରାଷ୍ଟ୍ର ଆମେରିକାର ଭର୍ମଣ୍ଟ୍‌ରେ ଏକ କ୍ଷୁଦ୍ର ସହରର ମେୟର୍‌ ଭାବେ ଗୋଟାଏ ଛେଳିକୁ ନିର୍ବାଚିତ କରାଯାଇଛି। ରାଜନୀତିରେ ସେ ନୂଆ ହେଲେ ବି ତା’ର ନାଁ ‘ଲିଙ୍କନ୍‌’ ବଡ଼ ମର୍ଯ୍ୟାଦା ବହନ କରୁଛି। 2500ଜନସଂଖ୍ୟାବିଶିଷ୍ଟ ଫେୟାର୍‌ ହେଭେନ୍‌ ସହରର ନେତୃସ୍ଥାନୀୟ କର୍ମଚାରୀମାନେ ଆଶା ରଖିଛନ୍ତି ଯେ ଏହି ଲମ୍ବା-କାନୁଆ ତିନି ବର୍ଷିୟ ଜନ୍ତୁଟିର ନିର୍ବାଚିତ ହେବା ଘଟନା ଗଣତନ୍ତ୍ରରେ ଛୋଟିଏ ଶିକ୍ଷାଟିଏ ଦେଇ ପାରିବ। ମଙ୍ଗଳବାର ଦିନ ଅନୁଷ୍ଠିତ ଏହି ନିର୍ବାଚନରେ କ୍ରିଷ୍ଟାଲ୍‌ ନାମକ ଗେର୍‌ବିଲ୍‌ ମୂଷା ଏବଂ କୁକୁର ଓ ବିରାଡ଼ି ଭଳି 15 ଜଣ ପ୍ରାର୍ଥୀଙ୍କୁ ପରାଜିତ କରି ଲିଙ୍କନ୍‌ ବିଜୟୀ ହୋଇଥିଲା। ଫେୟାର୍‌ ହେଭେନ୍‌ର କୌଣସି ଆନୁଷ୍ଠାନିକ ମେୟର୍‌ ନାହାନ୍ତି, କିନ୍ତୁ ଟାଉନ୍‌ ମ୍ୟାନେଜର୍‌ ଜୋସେଫ୍‌ ଗୁଣ୍ଟର୍‌ ଏ ଭଳି ବିଭିନ୍ନ ଅନୁଷ୍ଠାନ ଆୟୋଜନ କରନ୍ତି।

ସୁଇଟ୍‌ ଟାର୍ଟ’ ନାମକ ଗୋଟାଏ ବିରାଡ଼ିକୁ ଶୀର୍ଷସ୍ତରୀୟ ଅଧିକାରୀ ଭାବେ ମିଚିଗାନ୍‌ ଅନ୍ତର୍ଗତ ଓମେଗା ଗାଁରେ ନିର୍ବାଚିତ କରଥିବା ଖବର ପଢ଼ିବା ପରେ ଗୁଣ୍ଟର୍‌ଙ୍କ ମନକୁ ଏ ଭଳି ବୁଦ୍ଧି ଜୁଟିଥିଲା। ଗୋଟାଏ ଖେଳପଡ଼ିଆ ଗଢ଼ିବାକୁ ଅର୍ଥ ଯୋଗାଡ଼ ଲାଗି ସେ ଏ ଭଳି ନିର୍ବାଚନ ଆୟୋଜନ କରିଥିଲେ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ନାମାଙ୍କକରୁଥିବା ପ୍ରତି ପ୍ରାର୍ଥୀଙ୍କ ଠାରୁ 5 ଡଲାର୍‌ ଲେଖାଏଁ ଆଦାୟ କରାଯାଇ ଖେଳପଡ଼ିଆ ନିମନ୍ତେ ପ୍ରାୟ 100 ଡଲାର୍‌ ଯୋଗାଡ଼ ହୋଇ ପାରିଥିଲା। ସାମି ନାମକ କୁକୁରକୁ ଲିଙ୍କନ୍‌ 13 ଖଣ୍ଡ ଭୋଟ୍‌ରେ ହରାଇ ବିଜୟୀ ହୋଇଛି। ସେ ଛେଳିଟି ଗୋଟାଏ ସ୍କୁଲ୍‌ର ଜଣେ ଗଣିତ ଶିକ୍ଷକଙ୍କର। ଗୋଟିଏ ବର୍ଷ ଧରି ମେୟର୍‌ ପଦବୀରେ ରହିବ ଓ ମେମୋରିଆଲ୍‌ ଡେ ପରେଡ୍‌, ଆପଲ୍‌ ଫେଷ୍ଟ୍‍ ଏବଂ ଗ୍ରୀଷ୍ମକାଳର ପ୍ରତି ଶୁକ୍ରବାର ଦିନ ଆୟୋଜନ ହେଉଥିବା କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବ।

Spread the love