ତେଜସ୍ବୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ଚିରାଗ, କ’ଣ ଥିଲା ପ୍ରସ୍ତାବ ଜାଣନ୍ତୁ?

ଆଉ ଆଶା କରାଯାଉଥିଲା ଯେ ତାଙ୍କ ମୃତ୍ୟୁ ପରେ ରାମବିଳାସ ଙ୍କ ପତ୍ନୀ ତାଙ୍କ ସ୍ଥାନରେ ଯିବେ | କିନ୍ତୁ ବିଜେପି ସୁଶୀଲ ମୋଦୀଙ୍କୁ ପ୍ରାର୍ଥୀ କରିବା ପରେ ଆରଜେଡି ଏଲଜେପିକୁ ପ୍ରସ୍ତାବ ଦେଇଥିଲା ଯେ ରାଜ୍ୟସଭା ନିର୍ବାଚନ ପାଇଁ ରାମବିଳାସ ପାସୱାନଙ୍କ ପତ୍ନୀ ରୀନା ପାସୱାନଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି |

ଏହି ପ୍ରସ୍ତାବକୁ ନେଇ ମହାଗଠବନ୍ଧନର ବହୁ ନେତା ଚିରାଗ ପାସୱାନଙ୍କ ସହ ଯୋଗାଯୋଗ କରିଥିଲେ | କିନ୍ତୁ ଚିରାଗ ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଏଲଜେପି ସୁପ୍ରିମୋ ରାମ ବିଳାସ ପାଶୱାନଙ୍କ ଦେହାନ୍ତ ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ବିଜେପି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ, ମହାଗଠବନ୍ଧନରୁ ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି |

Spread the love