ପୁରୀ-ସାତପଡ଼ା ରାଜପଥରେ ସିରିଜ ଦୁର୍ଘଟଣା: ୧୦ ଗୁରୁତର

ପୁରୀ-ସାତପଡ଼ା ରାଜପଥର ସୁନାମୀ ଛକ, ବ୍ରହ୍ମଗିରି ଢାବା ଛକ, କଲେଜ ଛକ, ବ୍ଲକ ଛକ ଓ କାଠୁଆ ଆରେଡି ଛକଠାରେ ଏକ କାର (ଓଡି ୦୨ଏଚ୍‌-୭୭୫୨) ଆଜି ସନ୍ଧ୍ୟାରେ ସିରିଜ ଦୁର୍ଘଟଣା କରିଛି। ଏଥିରେ ପ୍ରାୟ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। କାର ଡ୍ରାଇଭରକୁ ପୁଲିସ ଅଟକ ରଖିଛି।
ବ୍ରହ୍ମଗିରି ପୁଲିସ କହିଛି କହିଛି ଦୁର୍ଘଟଣା ଘଟାଇଥିବା କାରରେ ୪ ଜଣ ଲୋକ ଥିଲେ। ଏମାନେ ସାତପଡ଼ାରୁ ପୁରୀ ଅଭିମୁଖେ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳକୁ କାରଟି ୫ଟି ସ୍ଥାନରେ ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାର ଚାଳକକୁ ପୁଲିସ ନିକଟରେ ଜିମା ଦେଇଛନ୍ତି।

Spread the love