କରୋନାରୁ ବର୍ତ୍ତିବା ଲାଗି ଟିକା ପର୍ଯ୍ୟାପ୍ତ ନୁହେଁ, ସତର୍କତା ଅବଲମ୍ବନ ଦରକାର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ, ୩/୧୨: କରୋନା ସଂକଟରୁ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଆଶ୍ୱସ୍ତି ମିଳିବାର ଆଶା ନାହିଁ । ଯଦିଓ ବଜାରକୁ ଟିକା ଆସିପାରି ନାହିଁ, କିନ୍ତୁ ଅଳ୍ପ କିଛି ମାସ ମଧ୍ୟରେ ଏହା ଆସିଯିବ ବୋଲି ଆଶା କରାଯାଉଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହୋଇପାରିବ ନାହିଁ । ଅନ୍ୟପଟରେ ଯଦି ପର୍ଯ୍ୟାପ୍ତ ପରିମାଣରେ ଟିକା ନ ଆସୁଛି, ତାହେଲେ ସମସ୍ତଙ୍କୁ ଏହା ଦିଆଯାଇପାରିବ ନାହିଁ । ଏଥିପାଇଁ ସମସ୍ତେ ସତର୍କତା ଅବଲମ୍ବନ କରିବା ଉଚିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବରିଷ୍ଠ ଜରୁରୀକାଳୀନ ବିଶେଷଜ୍ଞ ମାଇକ ରେୟାନ ବୁଧବାର କହିଛନ୍ତି ଯେ, କରୋନା ଟିକା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ ନାହିଁ । ତେଣୁ କରୋନାକୁ ପରାସ୍ତ କରିବାକୁ ହେଲେ କିଛି ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବା ଦରକାର ଅଛି ।

ସାମାଜିକ ଗଣମାଧ୍ୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମାଇକ ରେୟାନ କହିଛନ୍ତି ଟିକା ପ୍ରସ୍ତୁତ ହେବା ପରେ ଆମେ ଏହା ଆଶା କରିପାରିବା ନାହିଁ ଯେ କରୋନା ସଂକଟ ହ୍ରାସ ପାଇଯିବ। କାରଣ ଆରମ୍ଭରୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଉତ୍ପାଦନ ସହଜ ନୁହେଁ ।

ଏଥିପାଇଁ କରୋନାରୁ ବର୍ତ୍ତିବା ଲାଗି ଆମକୁ ସାମଜିକ ଦୂତା, ମାସ୍କ ପିନ୍ଧିବା ଭଳି ଉପାୟ ଅବଲମ୍ବନ କରିବା । ରେୟାନ କହିଛନ୍ତି ଯେ, ସଂକ୍ରମଣ ବ୍ୟାପିବାକୁ ଅଟକାଇବାକୁ ହେବ। ଆଗାମୀ ୩ରୁ ୬ ମାସ ମଧ୍ୟରେ ଆମକୁ ପର୍ଯ୍ୟାପ୍ତ ପରିମାଣରେ ଟିକା ମିଳିବାର ଆଶା ନାହିଁ । ବ୍ରିଟେନ ଦ୍ୱାରା ଫାଇଜର ଓ ବାୟୋଟେକର କରୋନା ଟିକା ବ୍ୟବହାରକୁ ମଂଜୁରୀ ଦିଆଯିବା ନେଇ ସେ କହିଛନ୍ତି, ଏହା ଆମ ପାଇଁ ଭଲ ଖବର । କିନ୍ତୁ ଆମକୁ ସତର୍କତା ଅବଲମ୍ବନ କରିବାର ଅଛି । ଆମକୁ ଆହୁରି ୩-୪ ଟିକା ଦରକାର ଅଛି ।

Spread the love