ଭୋପାଳ ଗ୍ୟାସ କାଣ୍ଡ: ୩୬ ବର୍ଷ ପୂର୍ବର ଭୟଙ୍କର ରାତି, ନେଇଥିଲା ୪ ହଜାର ଜୀବନ

ଭୋପାଳ, ୩/୧୨: ଆଜକୁ ୮୪ ବର୍ଷ ପୂର୍ବରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହୋଇଥିବା ଗ୍ୟାସ କାଣ୍ଡକୁ ଲୋକେ ଭୁଲି ନାହାନ୍ତି । ଏହି ଭୟଙ୍କର ଗ୍ୟାସ କାଣ୍ଡ ୧୯୮୪ ମସିହା ଡିସେମ୍ବର ୨ ଓ ୩ ତାରିଖ ମଧ୍ୟ ରାତ୍ରୀରେ ହୋଇଥିଲା । ବିଷାକ୍ତ ଗ୍ୟାସ ନିର୍ଗତ ହେବାରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଭୋପଳାର କାଜି କ୍ୟାମ୍ପ ଓ ଜେପି ନଗରରେ ହୋଇଥିବା ଏହି ବିପର୍ଯ୍ୟୟରେ ଆଖାପାଖର ଲୋକେ ମଧ୍ୟ ପ୍ରଭାବିତ ହୋଇଥିଲେ।

ଆରିଫ ନଗରସ୍ଥିତ ଆମେରିକୀୟ କଂପାନୀ ୟୁନିୟନ କାର୍ବାଇଡ କାରଖାନରେ ଥିବା ଗ୍ୟାସ ଟାଙ୍କିରୁ ଏକ ୬୧୦ ନମ୍ବର ଟାଙ୍କିରୁ ବିପଦପୂର୍ଣ୍ଣ ଗ୍ୟାସ ନିର୍ଗତ ହୋଇଥିଲା । ଏହି ଗ୍ୟାସର ପ୍ରଭାବ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା । ଫଳରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।  କୁହାଯାଇଥାଏ ଯେ, କାରଖାନାରୁ ୪୦ ଟନ ଗ୍ୟାସ ନିର୍ଗତ ହୋଇଥିଲା । ବିଷାକ୍ତ ମିଥାଇଲ ଆଇସୋ ସାଇନେଟ ଗ୍ୟାସ ପାଣିରେ ମିଶିଯିବାରୁ ଏହି କାଣ୍ଡ ଘଟିଥିଲା ।

ରାତି ପ୍ରାୟ ୧୦ଟାରେ ଗ୍ୟାସ ନିର୍ଗତ ହୋଇଥିଲା । କିନ୍ତୁ ରାତି ୧୧ଟା ବେଳକୁ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । କିଛି ସମୟ ମଧ୍ୟରେ ଆଖପାଖ ଅଂଚଳକୁ ଗ୍ୟାସ ବ୍ୟାପିଲା । ଖୁବ ଅଳ୍ପ ସମୟ ମଧ୍ୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ସରକାରୀ ଭାବେ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲେ ମଧ୍ୟ, ବେସରକାରୀ ଭାବେ ୧୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥାଏ ।

ମଧ୍ୟପ୍ରଦେଶ ସରକାରଙ୍କ ତଥ୍ୟ ଅନୁସାରେ ୫ ଲକ୍ଷ ୭୪ ହଜାର ୩୭୬ ଜଣ ଲୋକ ପ୍ରଭାବିତ ହୋଇଥିଲେ ଏବଂ ମୃତ୍ୟୁ ସଂଖ୍ୟା ଥିଲା ୩ ହଜାର ୭୮୭ । ମାତ୍ର ଆରମ୍ଭରୁ ମୃତ୍ୟୁ ସଂଖ୍ୟା ୨ହଜାର ୨୫୯ ବୋଲି କୁହାଯାଇଥିଲା । ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଭୋପାଳ ଗ୍ୟାସ କାଣ୍ଡରୁ ବଂଚିଥିବା ୧୦୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

Spread the love