ସୋରରେ ୨ଟି ଏଟିଏମରୁ ଦୁର୍ବୃତ୍ତଙ୍କ ଲୁଟ ; ବାଗୁଡି ଏଟିଏମରୁ ବିଫଳ

ସୋର, ୩/୧୨: ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ଗୋଟିଏ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ବେଳେ ଅନ୍ୟଟିରୁ ଲୁଟ ଉଦ୍ୟମ ହୋଇଥିବା ଗୁରୁବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ପାଖର ଛକ ହିଟାଚି ଏଟିଏମରୁ କେସ ଡ୍ରୟରକୁ କାଟି ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇଛି।  ପୂର୍ବରୁ ମଧ୍ୟ ଏହି ଏଟିଏମରୁ ଚୋରୀ ହୋଇଥିଲା। ସେହିପରି ବାଗୁଡି ବଜାର ଏକ୍ସିସ୍ ବ୍ୟାଙ୍କ ଏଟିଏମ କ୍ୟାମେରାକୁ ବ୍ଲାକ ସ୍ପ୍ରେ କରି ଚୋରମାନେ ଲୁଟ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ସିକ୍ୟୁରିିଟ ଥିବାରୁ ଏହି ଏଟିଏମରୁ ଲୁଟ ବିଫଳ ହୋଇଛି।  ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love