ଜୀ’ ପରେ ରବି ଶଙ୍କରଙ୍କ ‘ହଫିଜ ଜୀ’ ଭିଡିଓ ଭାଇରାଲ୍‌

ଆସନ୍ତା ସାଧାରଣ ନିର୍ବାଚନ ସକାଶେ ଚାରିଆଡ଼େ ଏବେ ରାଜନୀତି ମାହୋଲ୍‌। ବିରୋଧୀଙ୍କ ଭିତରେ ଦେଖିବାକୁ ମିଳିଛି ଗୋଡ଼ ଟଣାଟଣି ନୀତି। କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ମାସୁଦ ଆଝାର ଜୀ’ ସମ୍ବୋଧନ କରି ସମାଲୋଚିତ ହେବା ପରେ ଏବେ ସମାନ ଫାସରେ ପଡ଼ି ଯାଇଛନ୍ତି ବରିଷ୍ଟ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

Embedded video
Priyanka Chaturvedi @priyankac19
 

Hope this finds pride of place in BJP‘s revamped website,as& when it returns. BJP‘s admiration of Hafeez Saeed&his ilk. Also reminds us how they sent their special emissary to Pak,Ved P Vaidik, to have a dialogue with him&hug him. Hugplomacy began from there.

3,464 people are talking about this
 
 

କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦି ମଙ୍ଗଳବାର ଏକ ଭିଟିଓ ଟୁଇଟ୍‌ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ରବି ଶଙ୍କର ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ମୁଖ୍ୟ ହଫିଜ ସଇଦକୁ ‘ହଫିଜ ଜୀ’ କହି ସମ୍ବୋଧନ କରିଛନ୍ତି। କଂଗ୍ରେସ ମୁଖପାତ୍ର ରବି ଶଙ୍କରଙ୍କର ଏହି ଭିଡିଓ ସହ ସେ ଆହୁରି ୨ଟି ଫଟୋ ବି ଟୁଇଟ୍‌ କରିଛନ୍ତି। ଫଟୋ ଟୁଇଟ୍‌ କରି ସେ ଲେଖିଛନ୍ତି ଭାରତର ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ସହ ମାସୁଦ ଆଝାରର ଏହି ଫଟୋକୁ ଦେଶ କେବେ ବି ଭୁଲିବ ନାହିଁ।

Spread the love