ବାଇକ ପଛରେ ବସିଲେ ପିନ୍ଧିବାକୁ ପଡିବ ହେଲମେଟ୍‌ ନହେଲେ ବାତିଲ ହେବ ଲାଇସେନ୍ସ

ଭୁବନେଶ୍ୱର, ବାଇକ ଚାଳକ ଓ ପଛରେ ବସିଥିବା ଲୋକ ଉଭୟଙ୍କୁ ହେଲମେଟ୍‌ ପିନ୍ଧିବାକୁ ପଡ଼ିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ଟୁଇଟ ଯୋଗେ ସୂଚନା ଦେଇଛି। ଉଭୟ ହେଲମେଟ ନପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ।

ଡିସେମ୍ବର ୪ରେ କଟକ ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ୪୨ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସହ ୩୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ଏହି ନିୟମ ଜାନୁଆରି ମାସରୁ ଟ୍ରାଫିକ ନିୟମରେ ଅଣାଯାଇଥିଲା। ମାତ୍ର କେହି ବି ଏହାକୁ ଅନୁକରଣ କରିବା ଦେଖିବାକୁ ମିଳିନଥିଲା। ତେବେ ଦୁର୍ଘଟଣା ହାର ହ୍ରାସ କରିବା ଲାଗି ଏଭଳି ନିୟମକୁ ପୁଣି କଡ଼ାକଡ଼ି କରାଯାଇଛି।

Spread the love