ନିର୍ବାଚନ ଲାଗି ଟଙ୍କା କାରବାର ହେଉଥିଲେ ଏହି ନମ୍ବରରେ ଫୋନ୍‌ କରନ୍ତୁ

ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ଲାଗି ଟଙ୍କା କାରବାର ରୋକିବା ପାଇଁ ଆୟକର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ରାଜ୍ୟ ଆୟକର ଭବନରେ ଦିନରାତି 24 ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି । ନିର୍ବାଚନ ଉଦ୍ଦେଶ୍ୟରେ ଯଦି କେଉଁଠି ଟଙ୍କା କାରବାର ହେଉଥାଏ, ତା’ହେଲେ ସଂପୃକ୍ତ ନମ୍ବରରେ ଫୋନ୍ କରିବାକୁ କୁହାଯାଇଛି ।

ଏହି ଟୋଲ ଫ୍ରି ନମ୍ବରଟି ହେଲା 1800-345-7160। ନିର୍ବାଚନବେଳେ ଯଦି କେଉଁଠି ଟଙ୍କା କାରବାର ହେଉଥିବା ଦେଖିବାକୁ ମିଳେ, ତା’ ହେଲେ ଏହି ନମ୍ବରରେ କଲ୍ କରିବାକୁ କୁହାଯାଇଛି। ଏ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କିନ୍ତୁ ବାକି ରହିଲା ପ୍ରକୃତରେ ଏହା କେତେଦୂର ସଫଳ ହେଉଛି I ଏଠାରେ କେବଳ ନେତାଙ୍କୁ ଦୋଷ ଦେଇ ହେବନି, ଜନସାଧାରଣ ମଧ୍ୟ ସମପରିମାଣରେ ଦୋଷୀ I ଏମିତି ମଧ୍ୟ ଦେଖାଯାଇଛି ଲୋକମାନେ ଭୋଟ ଦେବାପାଇଁ ଜନପ୍ରୀତିନିଧିଙ୍କୁ ପଇସା ଦାବି କରନ୍ତି I ତେଣୁ ସାଧାରଣ ଲୋକମାନଙ୍କୁ ଏଥି ପ୍ରତି ସଚେତନ ରହିବାକୁ ଅନୁରୋଧ କରାଯାଉଛି I

Spread the love