ପରଲୋକରେ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରବାବା

ଆଉ ନାହାନ୍ତି ସୁର ବାବା । ଭୁବନେଶ୍ୱର ଉପକଣ୍ଠ ଝିଇଁଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମର ସୁରବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି । ତେବେ ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ୨୦୧୫ରେ ଗିରଫ ହୋଇଥିଲେ। ଆଶ୍ରମରେ କେଳେଙ୍କାରୀ ନେଇ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା।
ପୂର୍ବରୁ ତାଙ୍କ ପ୍ରତି ଜମି ଜବରଦଖଲଠାରୁ ଆରମ୍ଭ କରି ସମ୍ପତ୍ତି ହଡପ, ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା, ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥିଲା । ଯାଞ୍ଚ ବେଳେ ତ୍ରାହି ଅଚ୍ୟୁତ ଆଶ୍ରମରୁ ପିସ୍ତଲ ଓ ଗୁଳି ମିଳିଥିଲା । ମୋଟ ୫ଟି ମାମଲା ରୁଜୁ ହୋଇଥିବା ବେଳେ ସୁର ବାବାଙ୍କ ବିରୋଧରେ ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା । ସୁର ବାବାଙ୍କ ସମେତ ତାଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିକୁ ମଧ୍ୟ ଗିରଫ କରିଥିବା ପୁଲିସ ।

Spread the love