‘ପିଣ୍ଟରେଷ୍ଟ’ କମ୍ପାନୀ ଅନ୍‌ଲାଇନ୍‌ରେ ବିକୁଥିଲା ମହାପ୍ରସାଦ

 ଭୁବନେଶ୍ୱର, ୮/୧୨: ପୁଣି ମହାପ୍ରସାଦ ପ୍ରତି ଅସମ୍ମାନ। ଏଥର ‘ପିଣ୍ଟରେଷ୍ଟ’ ଅନ୍‌ଲାଇନ୍‌ କମ୍ପାନୀ ନାଁରେ ଆସିଛି ଅଭିଯୋଗ। ଏନେଇ ପୁରୀ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉନଥିବାରୁ ବୁଦ୍ଧିଜୀବୀ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

‘ପିଣ୍ଟରେଷ୍ଟ’ (Pinterest) ନାମକ ଏକ ଅନ୍‌ଲାଇନ୍ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିଲା। ଏହାକୁ ନେଇ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସମ୍ପୃକ୍ତ ସଂସ୍ଥା ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି।

ପୂର୍ବରୁ ଆମାଜନ୍‌ ଇ-କମର୍ସ ସଂସ୍ଥା ଅନ୍‌ଲାଇନରେ ନିର୍ମାଲ୍ୟ ବିକ୍ରି କରୁଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ପରେ ସୁଆରମହାସୁଆର ନିଯୋଗ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ତା’ପରେ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଆମାଜନ ସଂସ୍ଥା ନାଁରେ ଥାନାରେ ଅଭିଯୋଗ କରିଥିଲେ।

Spread the love