ଦୁନିଆଁରେ ଏହି 4 ବ୍ୟାଟ୍ସମ୍ୟାନ କୌଣସି ବୋଲରଙ୍କୁ ଡରନ୍ତି ନାହିଁ

କ୍ରୀଡ଼ା ଜଗତରେ କ୍ରିକେଟ ହେଉଛି ଏକ ଲୋକପ୍ରିୟ ଖେଳ । ଏହି ଖେଳରେ ଭାରତର ପ୍ରଦର୍ଶନ ସବୁଠୁ ଭଲ । ବିଶେଷ କରି ବିଶ୍ୱର ଅଧିଗ୍ରହଣ କରିଥିବା ଖେଳାଳୀ ମଧ୍ୟରେ ଭାରତର ଅଧିକ ରେକର୍ଡଧାରୀ । ତେବେ ଆସନ୍ତୁ ଜାଣିବା ଦୁନିଆର ଏହି ୪ଜଣ ବ୍ୟାଟ୍ସମ୍ୟାନ ଯିଏକି କେବେ କୌଣସି ବୋଲରଙ୍କୁ ଡରନ୍ତି ନାହିଁ । ପ୍ରଥମ ବଲରେ ଛକା ମାରିବା ପାଇଁ ଚେଷ୍ଟା କରନ୍ତି । ବୋଲରଙ୍କୁ ସବୁବେଳେ ଭୟଭୀତ କରାଇବାକୁ ଚେଷ୍ଟା କରିଥାନ୍ତି ।


1. ବୀରେନ୍ଦ୍ର ସେହ୍ୱାଗ
ବୀରେନ୍ଦ୍ର ସେହ୍ୱାଗ ହେଉଛନ୍ତି ଭାରତର ପୂର୍ବତନ ଏବଂ ସବୁଠୁ  ବିସ୍ଫୋରକ ବ୍ୟାଟ୍ସମ୍ୟାନ । ଦୁନିଆରେ କୌଣସି ବୋଲରଙ୍କୁ ଡରନ୍ତି ନାହିଁ ।  ପ୍ରଥମ ବଲରୁ ହିଁ ଆଟାକ ଆରମ୍ଭ କରିଦେଇ ଥା’ନ୍ତି । ବୀରେନ୍ଦ୍ର ସେହ୍ୱାଗ ନିଜର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଭାରତକୁ ଅନେକ ଥର ମ୍ୟାଚ ଜିତାଇଛନ୍ତି । ବୀରେନ୍ଦ୍ର ନିଜ କ୍ୟାରିୟରରେ 17ଥର ଛକାମାରି ଖାତା ଖୋଲିଛନ୍ତି । 
2.ସହିଦ ଆଫ୍ରିଦ
ସହିଦ ଆଫ୍ରିଦ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ । ଅଫ୍ରିଦି ଦିନିକିଆ କ୍ୟାରିୟରରେ 37ବଲରେ ଶତକ ମାରି ବିଶ୍ୱରେକର୍ଡ କରିଛନ୍ତି । କେବଳ ବ୍ୟାଟିଂ ନୁହେଁ ଭଲ ବୋଲିଂ ମଧ୍ୟ କରନ୍ତି ।
3. କ୍ରିସ ଗେଲ 
କ୍ରିସଗେଲ ସବୁଠାରୁ ଖତରନାକ ବ୍ୟାଟ୍ସମ୍ୟାନଭାବେ ଜଣାଶୁଣା । ଏହି ବାମହାତୀ ବ୍ୟାଟ୍ସମ୍ୟାନ ବ୍ୟାଟିଂ ପାଇଁ ଦୁନିଆଁରେ ଜଣାଶୁଣା । 2015 ମସିହାରେ ବିଶ୍ୱ କପ୍ରେ ଆଫଗାନିସ୍ଥାନ ବିରୋଧରେ ଦ୍ୱିତୀୟ ଶତକ ମାରିଥିଲେ । କ୍ରିସଗଲେ ନିଜ କ୍ୟାରିୟରରେ 30ବଲରେ ଶତକମାରି ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି । 
4.ମହମ୍ମଦ ସହଜାଦ 
ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ଲିଷ୍ଟରେ ଏବେ ସାମିଲ ହୋଇଛନ୍ତି । ଆଫଗାନସ୍ତାନର ନବାଗତ ବ୍ୟାଟ୍ସମ୍ୟାନ ମହମ୍ମଦ ସହଜାଦ ନିକଟରେ 10 ଲିଗ୍ ମ୍ୟାଚରେ ବିସ୍ପୋରକ ପାରି ଖେଲି ମାତ୍ର 12 ବଲର ଅର୍ଦ୍ଧଶତକ କରିଥିଲେ । ନିଜର ଧୁରନ୍ଧର ପ୍ରଦର୍ଶନ ଯୋଗୁଁ ଆଫଗାନିସ୍ତାନ ଅନେକଥର ମ୍ୟାଚ  ଜିତାଇଛନ୍ତି ।

Spread the love