ଚାଷୀଙ୍କୁ ମନେଇବାକୁ ଆଉ ଥରେ ପ୍ରୟାସ, ୧୦୬ ପୃଷ୍ଠାର ବୁକଲେଟ୍ ଜାରି

ନୂଆଦିଲ୍ଲୀ: ବୁଧବାର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ଚାଷୀ। ଏହାପରେ ଡିସେମ୍ୱର ୧୨, ୧୪ରେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚାଷୀ ସଂଘ କହିଛି। ଏହାରି ଭିତରେ ପୁଣିଥରେ ଚାଷୀଙ୍କୁ ମନେଇବା ପାଇଁ ସରକାର ପ୍ରୟାସ କରିଛନ୍ତି। ଏଥିପାଇଁ ୧୦୬ ପୃଷ୍ଠାର ଏକ ବୁକଲେଟ୍ ଜାରି କରିଛନ୍ତି। ଯେଉଁଥିରେ କୃଷି ଆଇନ ସହିତ ସରକାରଙ୍କ ସଂଶୋଧିତ ପ୍ରସ୍ତାବ ବାବଦରେ ସମ୍ପୂର୍ଣ୍ଣ ଭାବରେ ଲେଖାଯାଇଛି।

ଅନ୍ୟପଟେ ଆନ୍ଦୋଳନରେ ବସିଥିବା ବିଭିନ୍ନ ସଂଗଠନର ୪୦ ନେତା ଅପରାହ୍ନ ୨ଟାରେ ଏକାଠି ହେବେ ବୋଲି ଜଣାପଡ଼ିଛି। ଡିସେମ୍ୱର ୧୨, ୧୪ର ରଣନୀତି ବାବଦରେ ଏହି ଭେଟଘାଟ ବେଳେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଜୟପୁର-ଦିଲ୍ଲୀ ସମେତ ଜୟପୁର-ଆଗ୍ରା ରାସ୍ତାକୁ ବନ୍ଦ କରିବାକୁ ଚାଷୀ ଏବେ ଡାକରା ଦେଇଛନ୍ତି। ସେହିପରି ଦେଶର ବିଭିନ୍ନ ସ୍ଥାନରେ ବିଜେପି ଅଫିସ ଏବଂ ନେତାଙ୍କୁ ଘେରାଉ କରିବାକୁ ମଧ୍ୟ ଚାଷୀ ସଂଘ ଡାକରା ଦେଇଛି।

Spread the love