ଜୋ ବାଇଡେନ୍ ଓ କମଲା ହ୍ୟାରିସ ‘ଟାଇମ ପର୍ସନ ଅଫ ଦ ଇୟର’

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଟାଇମ୍‌ ପର୍ସନ ଅଫ ଦ ଇୟର ଭାବେ ଚୟନ କରାଯାଇଛି। ଲୋକପ୍ରିୟ ପତ୍ରିକା ଟାଇମ୍‌ ପକ୍ଷରୁ ଉଭୟଙ୍କୁ ୨୦୨୦ ବର୍ଷ ପାଇଁ ‘ପର୍ସନ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି।

ଉଭୟ ବାଇଡେନ୍‌ ଏବଂ ହ୍ୟାରିସଙ୍କ ଫଟୋକୁ ଟାଇମ ମାଗାଜିନ୍‌ର କଭର ପୃଷ୍ଠାରେ ସ୍ଥାନିତ କରାଯାଇଛି।ଡେମୋକ୍ରାଟିକ୍‌ ପାର୍ଟିର ଏହି ଦୁଇ ନେତା ଗତ ନଭେମ୍ବରରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଇତିହାସ ରଚିଛନ୍ତି। ବାଇଡେନ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରିଥିବାବେଳେ ହ୍ୟାରିସ୍‌ ଆମେରିକାର ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଦକ୍ଷିଣ ଏସିଆର ନାଗରିକ ଭାବେ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ଟାଇମ ପତ୍ରିକା ୨୦୧୬ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ‘ପର୍ସନ ଅଫ ଦ ଇୟର’ ଭାବେ ଚୟନ କରିଥିଲା।

Spread the love