କୃଷି ବିଲ ସମର୍ଥନ ନେଇ ଅଣ୍ଟା ଭିଡ଼ିଲା ବିଜେପି, ଦେଶରେ ୭୦୦ଟି ପ୍ରେସ କନଫେରେନ୍ସ ର ଆୟୋଜନ

ନୂଆଦିଲ୍ଲୀ, ୧୧/୧୨: କୃଷି ଆଇନ ପ୍ରସଙ୍ଗରେ କିଛି କୃଷକ ସଙ୍ଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ବିରୋଧୀ ଦଳ ମାନେ ଏଥିରେ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ଚାଷୀ ନେତାଙ୍କ ସହ ବାରମ୍ବାର ଆଲୋଚନା କରିଥିବା ବେଳେ ସେମାନେ ନିଜ ଜିଦ ରେ ଅଟଳ ରହିଛନ୍ତି । ଏହାକୁ ନେଇ ବିଜେପି ପକ୍ଷରୁ ଦେଶର ବିଭିନ୍ନ ସହରରେ ୭୦୦ ସାମ୍ବାଦିକ ସମ୍ମିଳନୀ ଏବଂ ଚାଉପଲ ଆୟୋଜନ କରାଯିବ ଯିବ ବୋଲି କୁହାଯାଇଛି । କୃଷି ଆଇନ ର ଲାଭ ବିଷୟରେ ଏହି ପ୍ରେସ ବାର୍ତା ରେ ଚାଷୀ ଙ୍କୁ କୁହାଯିବ ବୋଲି ବିଜେପିପକ୍ଷରୁ କୁହାଯାଇଛି ।

ଏହା ମାଧ୍ୟମରେ ମୋଦୀ ସରକାର ଆଣିଥିବା କୃଷି ଆଇନର ଲାଭ ଗଣନା କରାଯିବ ଏବଂ କୃଷକମାନଙ୍କୁ ଏ ବିଷୟରେ ବୁଝାଇ ଦିଆଯିବ । ଦେଶର ଶହେରୁ ଅଧିକ ସ୍ଥାନରେ ବିଜେପି କିସାନ ସମ୍ମିଳନୀ ଆୟୋଜନ କରୁଥିବାବେଳେ ପ୍ରତ୍ୟେକ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ।

କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ କୃଷକ ସଙ୍ଗଠନ ମାନେ ବିରୋଧ କରୁଛନ୍ତି । ଗତ ଦୁଇ ସପ୍ତାହ ଧରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ରେ ବସିଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ, ଆଇନରେ କିଛି ସଂଶୋଧନ କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ନିର୍ଯାସ ବାହାରି ପାରୁନାହିଁ ।

ବର୍ତମାନ ବିଜେପି କୃଷି ଆଇନ ପ୍ରସଙ୍ଗକୁ ଦଳ ସ୍ତରରେ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବାକୁ ଯୋଜନା କରିଛି । କୃଷି ଆଇନ ଉପରେ ଏକ ବୁକଲେଟ୍ ଜାରି କରାଯାଇଥିଲା ଯେଉଁଥିରେ ତିନୋଟି କୃଷି ଆଇନର ଲାଭ ଗଣନା କରାଯାଇଥିଲା । ଏହା ବ୍ୟତୀତ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି କୃଷି ଆଇନର ଲାଭ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଆନ୍ଦୋଳନ ବନ୍ଦ କରିବାକୁ କୃଷକମାନଙ୍କୁ ନିବେଦନ କରିଥିଲେ ।

ବିରୋଧୀଦଳ ଗୁଡିକ କୃଷକଙ୍କ କାନ୍ଧରେ ବନ୍ଧୁକ ଲଗାଇ ମଧ୍ୟସ୍ଥିଙ୍କ ପକ୍ଷ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଦାବି କରିଛି ଯେ ଏହି ତିନୋଟି ନିୟମ ଚାଷୀଙ୍କ ହିତ ପାଇଁ, ଯଦି ଚାଷୀଙ୍କ ଉପରେ କିଛି ସନ୍ଦେହ ଥାଏ, ତେବେ କଥାବାର୍ତାରୁ ଏହାର ସମାଧାନ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ଥର ଅଭିଯୋଗ କରିଛନ୍ତି ଯେ ବିରୋଧୀ ଚାଷୀଙ୍କୁ ଭ୍ରମିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାର ଏମଏସପି ରଦ୍ଦ କରିବେ ନାହିଁ, ମଣ୍ଡି ବ୍ୟବସ୍ଥାରେ ମଧ୍ୟ କୌଣସି ପରିବର୍ତନ ହେବ ନାହିଁ ।

Spread the love