ମିସିଗାନ ପ୍ଲାଣ୍ଟରୁ ବାହାରିବ covid ଟିକା, ବୋଝେଇ ହେଉଛି ପ୍ରଥମ ଟ୍ରକ୍

ନୂଆଦିଲ୍ଲୀ, ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ ଟିକାକରଣ ଲାଗି ମିସିଗାନ ପ୍ଲାଣ୍ଟରେ ପ୍ରଥମ ଟ୍ରକ  ରବିବାର ଭାକ୍ସିନ ବୋଝେଇ କରିଛି। ଦେଶରେ କରୋନାର ପ୍ରକୋପ ଆୟତ୍ତ ଲାଗି ଟ୍ରକରେ ଲଦାଯାଇଥିବା ଟିକାର ଉପଯୋଗ ହେବ। ଦୀର୍ଘ ୧ ବର୍ଷ ହେଲା ଆମେରିକାରେ କରୋନା ଭାଇରସ ମହାମାରୀ ପ୍ରକୋପ କରୁଛି। ଜରୁରି ମାମଲାରେ ଟିକା ଉପଯୋଗ ଲାଗି ସରକାରଙ୍କ ଅନୁମତି ପରେ ଦେଶ ଏବେ କୋଭିଡ ଟିକାକରଣ ଲାଗି ଅଣ୍ଟାଭିଡିଛି।

ପ୍ଲାଣ୍ଟରୁ ନିର୍ମିତ ଟିକା ବାହାରକୁ ବାହାର କରିବା ଲାଗି ପୂର୍ବାହ୍ନରେ ଆସେମ୍ବ୍ଲିଲାଇନରେ ଶ୍ରମିକ ପୂର୍ଣ୍ଣ ପ୍ରସ୍ତୁତି ସହ କାର୍ଯ୍ୟ ଆରମ୍ଭ କରିଥିଲେ। ସମ୍ପୂର୍ଣ୍ଣ ଶରୀର ଆବୃତ୍ତ କରି,  ମୁହଁରେ ମାସ୍କ ଏବଂ  ଫେସ୍ ସିଲ୍ଡ ଲଗାଇ ଶ୍ରମିକ ଫ୍ରିଜରରୁ ଟିକା ବାହାର କରିବା ସହ ସୁଖିଲା ବରଫ ଗୁଣ୍ଡରେ ପ୍ୟାକିଂ କରି ସିଲ କରିଥିଲେ। ପରେ ଟ୍ରକର ଫ୍ରିଜିଂ ଟେମ୍ପଚର କାୟମ ରଖି ଟିକା ସ୍ଲାଇଡଗୁଡିକୁ ଲଦାଯାଇଛି।

ଫାଇଜର ଟିକାକୁ ଇତିହାସର ଏପରି ଏକ ମୋଡରେ ଆମେରିକା ଅନୁମତି ପ୍ରଦାନ କରିଛି ଯାହା ଦେଶର କାୟା କଳ୍ପ କରିବାକୁ ଯାଉଛି। ମହାମାରି ମାତ୍ର ବର୍ଷକରେ ଆମେରିକୀୟଙ୍କୁ ପରସ୍ପରଠାରୁ ପୃଥକ କରିଦେଇଛି। ପରିସ୍ଥିତି ସ୍ୱଭାବିକ କରିବା ଲାଗି ସବୁସ୍ତରରେ ଉଦ୍ୟମ ବିଫଳ ହେବା ପରେ ଏବେ ଟିକାକରଣ ଦେଶକୁ ଆଶ୍ୱସ୍ତ କରିପାରିବ ବୋଲି ଆଶା କରାଯାଉଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ୩ ନିୟୁତ ଟିକାକରଣ ହେବ। ଏଥିରେ ସ୍ୱାସ୍ଥ୍ୟ ସେବା ସହ ଜଡିତ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡିର ଲୋକଙ୍କ ଟିକାକରଣ ହେବ। ଏଣୁ ପ୍ରଥମ ଟ୍ରକ ପ୍ରାରମ୍ଭିକ ପର୍ଯ୍ୟାୟ ଟିକା ନେଇ କାରଖାନାରୁ ବାହାରକୁ ବାହାରିବା ଅପେକ୍ଷାରେ ରହିଛି। ଆଗକୁ ଦେଶରେ ବଡଦିନ ଛୁଟି ଆରମ୍ଭ ହେବ। ତେବେ ତା ପୂର୍ବରୁ ଟିକା ଲୋକଙ୍କ ପାଖରେ ପହଞ୍ଚିଗଲେ ଏହି ସମୟରେ କୋଭିଡ ଯୋଗୁ ହେବାକୁ ଥିବା ବିଶାଳ ବିପର୍ଯ୍ୟୟକୁ ଟଳାଯାଇପାରିବ ବୋଲି ଆଶା କରାଯାଉଛି।

Spread the love