ରାଜଧାନୀ ଫାଇଟର

ରାଜଧାନୀ, ୧୩/୧୨:  ଭୁବନେଶ୍ବର ଆଜି ମଟର ଯାନ ର ହବ ପାଲଟିଛି , ପ୍ରତେକଦିନ ଲକ୍ଷ ଲକ୍ଷ ମଟର ଯାନ ଯିବା ଆସିବା କରୁଛି , ମାତ୍ରାଧିକ ମଟର ଯାନ ଚଳାଇବା ଫଳରେ ରାଜଧାନୀ ରେ ବାୟୁ ପ୍ରଦୂଷଣ , ଶବ୍ଦ ପ୍ରଦୂଷଣ ବଢ଼ିବାରେ ଲାଗିଛି , ଯାହା ଆଗାମୀ ଭବିଷ୍ୟତ ପାଇଁ ଚିନ୍ତାର ବିଷୟ , ସମସ୍ତ ବୁଦ୍ଧିଜୀବୀ ଏହା ଜାଣି ମଧ୍ୟ ନିରାଵଦ୍ରଷ୍ଟା ସାଜିଛନ୍ତି , ଯଦି ଏହାକୁ ଆୟତ କରାନଯାଏ ତେବେ ଦିଲ୍ଲୀ ଭଳି ଅବସ୍ଥା ଆଉ ବେସି ଦୁର ନୁହେଁ । ଏହାକୁ ଆଖି ଆଗରେ ରଖି ରାଜଧାନୀ ର ବିଭିନ୍ନ ସାମାଜିକ ସଂଗଠନ , ଓ ଯୁବକ ଯୁବତୀ ମାନଙ୍କୁ ନେଇ ଗଢିଉଠିଥିବା ରାଜଧାନୀ ଫାଇଟର ଏକ ସାଇକେଲ ସଚେତନତା ଶୋଭାଯାତ୍ରା ମାଷ୍ଟର କ୍ୟାଁଟିଂ ଛକଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା , ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ରୁ ରାଜଧାନୀ କୁ ମୁକ୍ତିଦେବା , ଛୋଟ ଛୋଟ କାମରେ ବାହାରକୁ ଗଲେ ସାଇକେଲ ଚଳାଇବା , ରାଜଧାନୀ କୁ ପରିଷ୍କାର ପରିଛନ୍ନ ରଖିବା , ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା , ରାଜଧାନୀ ରେ ଯେତେ ମାତ୍ରାରେ ବୃକ୍ଷ ଲଗାଇବା ଆଦି ବାର୍ତ୍ତା ଦେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଓଡିଶା ସମାଜସେବୀ ମହସଙ୍ଘର ରାଜ୍ୟ ସଭାପତି ତଥା ରାଜଧାନୀ ଫାଇଟରର ମୁଖ୍ୟ ପରିଚାଳକ ବାପୁ ଓଝାଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପତାକା ଧରି ସାଇକେଲ ଯାତ୍ରା ର ଶୁଭାରମ୍ଭ କରିଥିଲେ , ଡୁଡ଼ନୁ ଫାଉଣ୍ଡେସନ ର ଅଧ୍ୟକ୍ଷା ଡ଼ ବନ୍ଦନା ହରିଚନ୍ଦନ , ଇନ୍ଦ୍ରଭୁବନ ଯାତ୍ରା ନାୟକ ସଞ୍ଜୟ ମାଝୀ , ମୋହିତ ଫାଉଣ୍ଡେସନ ର ମୁଖ୍ୟ ଉପଦେଷ୍ଟା ରୋହିତ କୁମାର ନାୟକ , ୟୁଥ ଗ୍ରୁପ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦୀପକ ବାରିକ , ଭାରତ ଅଟୋ ମହାସଙ୍ଗ ସମ୍ପାଦକ ଅନିଲ ସାହୁ , ସାମାଜିକ ଯୁବ ସଂଗଠନ ସଭାପତି ଚିତ୍ତରଂଜନ ଦାସ , ଯୁବ ସମାଜସେବୀ ପ୍ରମୋଦ ଦେବ , ରକ୍ତଦାତା ତନ୍ମୟ ସାମନ୍ତରାୟ , ଭୁବନାନନ୍ଦ ସାମନ୍ତ , ଲକ୍ଷଣ ପାତ୍ର , ରଜନୀକାନ୍ତ ବେହେରା ପ୍ରମୁଖ ସାଇକେଲ ଶୋଭାଯାତ୍ରା ରେ ଭାଗ ନେଇଥିଲେ , ଏହି ସାଇକେଲ ସଚେତନତା ପ୍ରତେକ ରବିବାର ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love