ଜାନୁଆରୀରୁ ଦେଶରେ ଆରମ୍ଭ ହୋଇପାରେ ଟିକାକରଣ

ନୂଆଦିଲ୍ଲୀ, କରୋନା ଟିକାକୁ ନେଇ ସାରା ବିଶ୍ୱରେ ଉତ୍ସାହ ଦେଖାଦେଇଛି। ବ୍ରିଟେନରେ ଟିକାକରଣ ଆରମ୍ଭ ହୋଇସାରିଲାଣି। ତେବେ ଭାରତରେ କେବେ ଟିକାକରଣ କରାଯିବ ସେନେଇ ବିଚାରବିମର୍ଶ ଲାଗି ରହିଛି। ତେବେ ଖୁବଶୀଘ୍ର ଭାରତରେ କରୋନା ଟିକାକରଣ କରାଯିବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାୱାଲା ବୟାନ ଦେଇଛନ୍ତି। ସେ କହିଛନ୍ତି, ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହୋଇପାରେ। ଅକ୍ଟୋବର ସୁଦ୍ଧା ସବୁ କିଛି ସ୍ୱାଭାବିକ ହୋଇଯିବ। ଅର୍ଥାତ ୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ ଟିକା। ଏମାସ ଶେଷ ସୁଦ୍ଧା ଜରୁରୀ ବ୍ୟବହାର ଲାଗି କୋଭିସିଲ୍ଡକୁ ଅନୁମତି ମିଳିବା ନେଇ ସେରମ୍ ଇନଷ୍ଟିଚ୍ୟୁଟ ମୁଖ୍ୟ ଦୃଢ ଆଶାବାଦୀ। କୋଭିସିଲ୍ଡର ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ କମ୍ପାନୀ ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି । ଟିକା ପ୍ରସ୍ତୁତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଥିବା ବେଳେ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର।

Spread the love