ଜାନୁୟାରୀ ପ୍ରଥମ ସପ୍ତାହରେ ଖୋଲିପାରେ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, ଜାନୁୟାରୀ ପ୍ରଥମ ସପ୍ତାହରେ ଖୋଲିପାରେ ପ୍ରଭୁଲିଙ୍ଗରାଜଙ୍କ ମନ୍ଦିର । ସମସ୍ତ ସେବାୟତଙ୍କ ସହ ଆଲୋଚନା କରି ସରକାରଙ୍କ ନିଷ୍ପତି ଅନୁସାରେ କାର୍ଯ୍ୟ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ପରେ ଏବେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ମନ୍ଦିର ଖୋଲିଲା।

ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଆମେ ଦାବି କରୁଛୁ ବୋଲିକହିଛନ୍ତି ବଡୁ ନିଯୋଗ ସେବାୟତ। ସବୁ ମନ୍ଦିର ସମାନ, କୋରନା ହେଲେ ସବୁଠି ହେବ। ତେବେ ଶ୍ରୀମନ୍ଦିର ଖୋଲିବାକୁ ଅନୁମତି ମିଳିଲା, ଲିଙ୍ଗରାଜଙ୍କୁ କାହିଁକି ଅନୁମତି ମିଳିବନି ପ୍ରଶ୍ନ କରିଛନ୍ତି ବ୍ରାହ୍ମଣ ଓ ବଡୁ ନିଯୋଗ ସେବାୟତ। ସରକାର ଶ୍ରୀକ୍ଷେତ୍ର ପାଇଁ ବିଚାର କଲେ ଏକାମ୍ରକ୍ଷେତ୍ର କଥା ଏବେ ଚିନ୍ତା କରନ୍ତୁ ବୋଲି ସେବାୟତ କହିଛନ୍ତି।

Spread the love