ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟର ମଂଜୁରୀ

ରାଜ୍ୟ ସରକାର ଆଜି ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି । ଆଜି ସଂଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।

ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଧ୍ୟାଦେଶରେ ପରିଚାଳନା କମିଟିର ଗଠନ, ସଭ୍ୟ ସଂଖ୍ୟା, କ୍ଷମତା ପରିସର ଆଦି ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି ।ଗତ ୨ ତାରିଖରେ ନିଜର ଲିଙ୍ଗରାଜ ମନ୍ଦିର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଆଇନ ପ୍ରଣୟନ ସମ୍ପର୍କରେ ଘୋଷଣା କରିଥିଲେ ।  ଏହି ଆଇନ ଲାଗୁ ହେଲେ ଲିଙ୍ଗରାଜ ମନ୍ଦିରର ସମସ୍ତ ନୀତିକ୍ରାନ୍ତି ଠାରୁ ଆରମ୍ଭ କରି ଆୟ ଓ ଖର୍ଚ୍ଚର ଦାୟିତ୍ବ ମନ୍ଦିର ପ୍ରଶାସନ ନେବ। ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଜଣେ ମୁଖ୍ୟ ପ୍ରଶାସକ ରହିବେ। ମନ୍ଦିରକୁ ସରକାରୀ ଅନୁଦାନ ନିୟମିତ ମିଳିବ। ମନ୍ଦିର ଉନ୍ନତିମୂଳକ କାମ ପାଇଁ ବିଭିନ୍ନ ସମୟରେ ତ୍ବରିତ ପଦକ୍ଷେପ ନିଆଯାଇପାରିବ।

ଆଜିର କ୍ୟାବିନେଟ ବୈଠକରେ ଯାଜପୁର ଓ ପୁରୀଠାରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବକୁ ମଂଜୁରୀ ମିଳିଛି ।

Spread the love