ମା କ୍ଷୀର ଖାଇ ଶିଶୁର ମୃତ୍ୟୁ, ସ୍ତନ୍ୟପାନ ପୂର୍ବରୁ ମା ନେଇଥିଲେ ଡ୍ରଗ୍ସ

ନବଜାତ ଶିଶୁ ପାଇଁ ମା’ର କ୍ଷୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ସ୍ତନ୍ୟପାନ ଶିଶୁକୁ ସମସ୍ତ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବୁ ଯେତେବେଳେ ମା’ର କ୍ଷୀର ଶିଶୁ ପାଇଁ ବିଷ ପାଲଟିଯାଇଛି | ଆମେରିକାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି |

ଯେଉଁଠାରେ ଏକ ନବଜାତ ଶିଶୁ ନିଜ ମା’ର କ୍ଷୀର ପିଇବା କାରଣରୁ ମୃତ୍ୟୁ ଘଟିଛି। ଅଭିଯୋଗ ହୋଇଛି ଯେ ଏହି ମହିଳା ଜଣକ ଡ୍ରଗ୍ସ ସେବନ କରିବା ପରେ ଶିଶୁକୁ ସ୍ତନ୍ୟପାନ କରାଇଥିଲେ, ଯାହା ଫଳରେ ଶିଶୁର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ଆମେରିକାର ନ୍ୟୁ ଅର୍ଲିଅନରେ ରହୁଥିବା ୩୧ ବର୍ଷୀୟ ଆଟମ ବ୍ଲାନସେଟଙ୍କ ନାମରେ ଅଭିଯୋଗ ହୋଇଛି ଯେ ନିଜ ତିନି ମାସର ଶିଶୁର ମୃତ୍ୟୁ ପାଇଁ ଆଟମ ହିଁ ଦାୟୀ |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିଶୁର ମୃତ୍ୟୁ ଅଭିଯୋଗ ଆସିବା ପରେ ମା ଆଟମ ବ୍ଲାନସେଟଙ୍କ ପରୀକ୍ଷା କରାଯାଇଥିଲା | ଆଉ ତାଙ୍କ ଶରୀରରୁ ବହୁ ପରିମାଣର ମିଥାମଫେଟାମାଇନ୍ ନାମକ ଡ୍ରଗ୍ସର ବହୁ ମାତ୍ରା ମିଳିଥିଲା | ଡିସେମ୍ବର ୧୧ ରେ, ଟକ୍ସିକୋଲୋଜି ରିପୋର୍ଟ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ପୁଲିସର ପଚରାଉଚୁରାରେ ଆଟମ ଡ୍ରଗ୍ସ ସେବନ କରିଥିବାର ସ୍ୱୀକାର କରିଛନ୍ତି |

Spread the love