ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶରେ ହେବ ଗେମ୍‌ଚେଞ୍ଜର – ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୯ : ତିନିଦିନିଆ ପ୧/୨ିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଇଣ୍ଡିଆନ ଅଏଲର ଅତ୍ୟାଧୁନିକ ଲ୍ୟୁବ୍ରିକାଂଟ୍‌ପ୍ଲାଂଟ୍ ଲୋକାର୍ପଣ କରିବା ସହ ଏହି ପ୍ଲାଂଟ ପୂର୍ବଭାରତର ସାମାଜିକ ଓ ଅର୍ଥନୈତିକ ବିକାଶର ଗେମ୍‌ଚେଞ୍ଜର ହେବଏବଂ ବିଶ୍ୱସ୍ତରୀୟ ଲ୍ୟୁବ୍ରିକାଂଟ୍ ପାଇବାରେ ଭାରତକୁଆଞଗନିର୍ଭର କରିବ ବୋଲି ସେ କହିଛନ୍ତି ।ଏହି ପ୍ଲାଂଟ୍ ପାଇଁ ଇଣ୍ଡିଆନ ଅଏଲର ପଦକ୍ଷେପକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମବୀଙ୍କପୂର୍ବୋଦୟ ଦୃଷ୍ଟିକୋଣରେ ଥିବା ପୂର୍ବ ଭାରତର ତ୍ୱରିତ ବିକାଶ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ଶ୍ରୀପ୍ରଧାନ । ସେ କହିଛନ୍ତି ଇଣ୍ଡିଆନ ଅଏଲ ଦ୍ୱାରା ନିର୍ମିତ ସର୍ଭୋ ଲ୍ୟୁବ୍ରିକାଂଟ୍ ବିଶ୍ୱସ୍ତରୀୟ ସ୍ୱଦେଶୀ ନିର୍ମ ିତ ଲ୍ୟୁବ୍ରିକାଂଟ୍ ।ଯାହା ଆଞଗନିର୍ଭର ଭାରତରେ ବଡ଼ ଉଦାହରଣ । ସର୍ଭୋର ବିସ୍ତୃତ ସରାବରାହ କାରଣରୁ ଏହା ଅଟୋ ମୋବାଇଲ୍‌,ଶିଳ୍ପ, ସାମୁଦ୍ରିକ ଜାହାଜ, ରେଳବାଇ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ବିଶେଷ ବିଭାଗର ଆବଶ୍ୟକତାକୁ ପୂରଣ କରିଥାଏ ।ଏହି ଲ୍ୟୁବ୍ରିକାଂଟ୍ ଭାରତର ଇନ୍ଧନ କ୍ଷେତ୍ରରେ ଥିବା ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ । ଆଗାମୀ ଦିନରେ ମୁ ମ୍ବାଇଏବଂ ଚେନ୍ନାଇରେ ଲୁବ୍ରିକାଂଟ ପ୍ଲାଂଟ ପ୍ରତିଷ୍ଠା ହେବ । ଏହାର ଅଭିବୃଦ୍ଧି ଭଲ ରହିଛି । ବିଶ୍ୱରେ ଉର୍ଜା ଅଭିବୃଦ୍ଧିରେ ଭାରତଆଗରେ ରହିଛି । ଉର୍ଜାର ଅଭିବୃଦ୍ଧି କାରଣରୁ ଭାରତର ଓଡିଶା, ପ୧/୨ିମବଙ୍ଗ, ଝାଡଖଣ୍ଡ, ବିହାର, ଉତର ପୂର୍ବ ଅଂଚଳରବିକାଶ ହେବ । ପ୍ରଧାନମବୀ ପୂର୍ବ ଭାରତର ବିକାଶରେ କଳ୍ପନା କରିଛନ୍ତି । ଏ ଦିଗରେ ଏହି ପ୍ଲାଂଟ ବଡ ଭୂମିକା ଗ୍ରହଣକରିବ ବୋଲି ସେ କହିଛନ୍ତି ।

Spread the love